Sunday, October 4, 2026
28.6 C
Odisha

    ଥମୁନାହିଁ ଜୟା-ଧନକର ବିବାଦ: ଯଥେଷ୍ଟ ହୋଇଗଲା ବୋଲି କହିଲେ ରାଜ୍ୟସଭା ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିବାଦ ଥମିବା ନାଁ ନେଉନାହିଁ। ସେମାନେ ନିକଟରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଧନକର ତାଙ୍କ ସହ ଭଲ ସ୍ବରରେ କଥା ହୋଇନାହାନ୍ତି ବୋଲି ଅଭିନେତ୍ରୀ ଅଭିଯୋଗ ଆଣିବା ପରେ ରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟସଭାରୁ ବାହାରି ଯାଇଥିଲେ। ସମାଜବାଦୀ ପାର୍ଟିର ସାଂସଦ ବଚ୍ଚନ ଶୁକ୍ରବାର ଦିନ ଗୃହରେ ଭାଷଣ ଦେଇ ଧନଖର ବ୍ୟବହାର କରିଥିବା କଣ୍ଠସ୍ବୟ “ଗ୍ରହଣୀୟ ନୁହେଁ” ବୋଲି କହି ତାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

    ଜୟା କହିଛନ୍ତି, “ମୁଁ ଜଣେ କଳାକାର। ମୁଁ ଶରୀରର ଭାଷା ଏବଂ ଅଭିବ୍ୟକ୍ତିକୁ ବୁଝିପାରେ।ଆପଣଙ୍କ ସ୍ୱର ଠିକ୍ ନଥିଲା। ଆମେ ଆପଣଙ୍କ ସହକର୍ମୀ, ମାତ୍ର ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ।”

    ଏହାପରେ ଧନକର ଜୟାଙ୍କୁ କହିଛନ୍ତି, ‘‘ଯଦି ଆପଣ ଜଣେ ସେଲିବ୍ରିଟି ତେବେ ନିୟମର ମହତ୍ବକୁ ବୁଝନ୍ତୁ। ଜୟା ଜୀ ଆପଣ ବହୁତ ଖ୍ୟାତି ଅର୍ଜନ କରିଛନ୍ତି ଓ ଏକଥା ଜାଣନ୍ତି ଯେ ଜଣେ ଅଭିନେତା/ଅଭିନେତ୍ରୀ ସର୍ବଦା ନିର୍ଦ୍ଦେଶକଙ୍କ ଅଧୀନରେ ରୁହନ୍ତି। କିନ୍ତୁ ପ୍ରତିଦିନ ମୁଁ ନିଜକୁ ପୁନରାବୃତ୍ତି କରିବାକୁ ଚାହେଁ ନାହିଁ। ପ୍ରତିଦିନ ମୁଁ ଶିଖାଇବାକୁ ଚାହୁଁନି। ଆପଣ ମୋ ସ୍ବର ବିଷୟରେ କହୁଛନ୍ତି। ଏହା ଯଥେଷ୍ଟ ହୋଇଗଲା।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ