Friday, October 2, 2026
25.2 C
Odisha

    EPFOକୁ ନେଇ ଆସିଲା ବଡ଼ ଅପଡେଟ୍, କେତେ ରହିବ ଚଳିତ ବର୍ଷ ସୁଧ ହାର

    ଆଗକୁ ପଢନ୍ତୁ

     

    ଏହା ଲଗାତାର ତୃତୀୟ ବର୍ଷ, ଯେତେବେଳେ EPFO ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। EPFO ର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ (CBT) ୨୦୨୫-୨୬ ପାଇଁ ୮.୨୫ ପ୍ରତିଶତ ସୁଶ ହାର ରଖିବାକୁ ସୁପାରିଶ କରିଥିଲା। ବିଶ୍ୱ ବଜାରର ହ୍ରାସ ସତ୍ତ୍ୱେ ଏହି ସୁଧ ହାର FD କିମ୍ବା PPF ପରି ଅନ୍ୟ ସେଭିଂସ୍ ସ୍କିମ୍‌ଗୁଡ଼ିକ ଠାରୁ ଅଧିକ ଆକର୍ଷଣୀୟ ମନାଯାଉଛି। ଏବେ CBT ର ଏହି ସୁପାରିଶକୁ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରାଳୟକୁ ପଠାଯିବ। ସେଠାରୁ ଅନୁମତି ମିଳିଲେ ପରେ ଶ୍ରମ ମନ୍ତ୍ରାଳୟ ଏକ ସରକାରୀ ନୋଟିସ୍ ଜାରି କରିବ ଏବଂ ପରେ ଏହି ସୁଧ ହାରକୁ ଆଇନଗତ ଭାବେ ଲାଗୁ କରାଯିବ।

    ବୈଠକରେ ଛୋଟ ଓ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିବା ଆକାଉଣ୍ଟ ପାଇଁ ମଧ୍ୟ ବଡ଼ ସିଦ୍ଧାନ୍ତ ନିଆଯାଇଛି। ୧୦୦୦ ଟଙ୍କା କିମ୍ବା ତାଠାରୁ କମ୍ ବ୍ୟାଲାନ୍ସ ଥିବା ଇନଅପରେଟିଭ୍ ଆକାଉଣ୍ଟର କ୍ଲେମ୍ ସେଟଲମେଣ୍ଟ ଏବେ ସ୍ୱୟଂଚାଳିତ ଭାବେ ଆରମ୍ଭ ହେବ। ଏହା ଫଳରେ ସଦସ୍ୟମାନେ ଛୋଟ ରାଶି ପାଇଁ ଅଫିସ୍‌ର ଚକ୍କର ଲଗାଇବାକୁ ପଡ଼ିବ ନାହିଁ। ଏହାର ଲାଭ ପ୍ରାୟ ୧.୩୩ ଲକ୍ଷ ଆକାଉଣ୍ଟ ହୋଲ୍ଡର୍ ପାଇବେ ଏବଂ ପ୍ରାୟ ୫.୬୮ କୋଟି ଟଙ୍କା ଉଦ୍ଦେଶ୍ୟପ୍ରାପ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ।

     

    ବୋର୍ଡ ଏକ ନୂଆ ସହଜ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ମଧ୍ୟ ଜାରି କରିଛି। ଏହାକୁ ଡିଜିଟାଲ, ପାରଦର୍ଶୀ ଏବଂ ପେପରଲେସ୍ କରାଯାଉଛି। ଏହାର ମୂଖ୍ୟ ଲକ୍ଷ୍ୟ କାର୍ଯ୍ୟକୁଶଳତା ବଢ଼ାଇବା ସହିତ ଦୁର୍ନୀତି କମାଇବା। ଏହା ଫଳରେ କମ୍ପାନୀମାନଙ୍କ ପାଇଁ ନିୟମ ପାଳନ କରିବା ଆଉ ଅଧିକ ସହଜ ହେବ।

    EPFO ଦ୍ୱାରା ଆରମ୍ଭ ହୋଇଥିବା Amnesty ସ୍କିମ୍‌ର ଲକ୍ଷ୍ୟ ହେଉଛି କମ୍ପାନୀ ଓ ବ୍ୟକ୍ତିଗତ କରଦାତାଙ୍କ ମଧ୍ୟରେ ପୁରୁଣା ବିବାଦକୁ ସମାଧାନ କରିବା ଏବଂ ଜରିମାନା ମାଫ କରିବାର ସୁଯୋଗ ଦେବା। ଏହା ମାଧ୍ୟମରେ ଯେଉଁ କମ୍ପାନୀମାନେ ନିୟମ ପାଳନରେ ପଛରେ ପଡ଼ିଥିଲେ ସେମାନେ ବଡ଼ ପେନାଲ୍ଟି ବିନା ତାଙ୍କ ମାମଲା ସମାଧାନ କରିପାରିବେ।

    ବୋର୍ଡ EPF, EPS ଓ EDLI ସ୍କିମ୍‌ର ନୂଆ ଫର୍ମାଟ୍‌କୁ ମଧ୍ୟ ଅନୁମୋଦନ କରିଛି। ଏହାକୁ ସୋସିଆଲ୍ ସିକ୍ୟୁରିଟି କୋଡ୍ ୨୦୨୦ ଅନୁଯାୟୀ ପୁନର୍ଗଠନ କରାଯାଇଛି। ଏହା ଫଳରେ ପେନସନ୍ ଓ ଇନସୁରାନ୍ସ ସମ୍ବନ୍ଧୀୟ ନିୟମ ଆଉ ସହଜ ଓ ପାରଦର୍ଶୀ ହେବ, ଏବଂ କର୍ମଚାରୀମାନେ ଅଧିକ ସୁରକ୍ଷିତ ଲାଭ ପାଇପାରିବେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ