Saturday, October 10, 2026
23.6 C
Odisha

    ମୃତ ହିତାଧିକାରୀଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା, ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ଶହଶହ ଭୂତ

    ଆଗକୁ ପଢନ୍ତୁ

    ଆନନ୍ଦପୁର: ନାହାନ୍ତି ହିତାଧିକାରୀ ହେଲେ ସରକାରୀ ଯୋଜନାରେ ହୋଇଛନ୍ତି ସାମିଲ । ଆଉ ସେମାନଙ୍କ ନାଁରେ ଆସୁଛି ଟଙ୍କା । ଦୀର୍ଘ ମାସ ହେଲା କିଛି ମୃତ ହିତାଧିକାରୀଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ମିଳୁନଥିବାବେଳେ ଏଠି ଭୂତ ଖାଉଛି ଟଙ୍କା । କିଛି ମୃତ ଲୋକଙ୍କ ନାଁକୁ ସରକାରୀ ଯୋଜନାରେ ସାମିଲ କରାଯାଇଛି । ଆଉ ଭତ୍ତା ତାଲିକା ଅନ୍ତର୍ଭୁକ୍ତ ହୋଇ ଆସୁଛି ଟଙ୍କା ।

    ଗୋଟିଏ ପଟେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବଢୁଛି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ହେଲେ ନିର୍ଦ୍ଧାରିତ ହିତାଧିକାରୀ ଏଥିରେ ସାମିଲ ଥିବାରୁ ସେମାନେ ଭତ୍ତା ଟଙ୍କାରୁ ବଞ୍ଚିତ ରହୁଛନ୍ତି । ଅନ୍ୟପଟେ ୧୦ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରୁଥିବା ବୃଦ୍ଧ ବୃଦ୍ଧାଙ୍କ ନାଁ ରେ ଆଜି ଯାଏଁ ଉଠୁଛି ଭତ୍ତା ଟଙ୍କା । ଭୂତ ଭତ୍ତା ଟଙ୍କା କେଳେଙ୍କାରୀରେ ଉବୁଟୁବୁ ଆନନ୍ଦପୁର ପୌର ପରିଷଦ। ଯାହାର ଖୁଲାସା ହୋଇଛି ଆରଟିଆଇ ତଥ୍ୟରେ।

    ଆନନ୍ଦପୁର ପୌରାଞ୍ଚଳରେ ମୃତକଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଥିବାର ଆସିଛି ସାଙ୍ଘାତିକ ଅଭିଯୋଗ। ୧୦ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ଠାରୁ ଆରମ୍ଭ କରି ବର୍ଷେ ତଳେ ଦେହାନ୍ତ ହୋଇଥିବା ଲୋକଙ୍କ ନାମରେ ଭତ୍ତା ଆସୁଛି। ଏପରିକି ହରିଶ୍ଚନ୍ଦ୍ର ଯୋଜନାରେ ଶବ ସଂସ୍କାର ହୋଇଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ଭତ୍ତା ଟଙ୍କା ଉଠାଣ ହୋଇ ଲୁଟ୍ କରାଯାଉଥିବା ଅଭିଯାଗ ହୋଇଛି। ଆନନ୍ଦପୁର ପୌରାଞ୍ଚଳର ୧୬ଟି ୱାର୍ଡରେ ଏଭଳି ଅନିୟମିତତା ହୋଇଛି। ଶତାଧିକ ମୃତକଙ୍କ ନାମରେ ଭତ୍ତା ଟଙ୍କା ଲୁଟ୍ ହୋଇଛି। ଅନ୍ୟପଟେ ୮ ଶହରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଭତ୍ତା ଅପେକ୍ଷାରେ ଥିବା ବେଳେ ଏଥିରୁ ବଞ୍ଚିତ ହେଉଛନ୍ତି।

    ପୌର ପରିଷଦ ର ୧୬ ୱାର୍ଡରେ ଶତାଧିକ ମୃତକଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବା ସହ ଭତ୍ତା ଅପେକ୍ଷାରେ ଥିବା ବୃଦ୍ଧବୃଦ୍ଧାଙ୍କୁ ନ୍ୟାୟ ଦେବାକୁ ଦାବି ହେଉଥିବା ବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା କହୁଛନ୍ତି ଉପଜିଲ୍ଲାପାଳ।

    ତେବେ ଅନେକ ସମୟରେ ମୃତକଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ଏଥିପ୍ରତି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କେବେ ଧ୍ୟାନ ଦେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ