Sunday, October 4, 2026
24.3 C
Odisha

    ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ତିନି ବର୍ଷ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ହୋଇଛି। ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଜଜ ସସ୍ମିତା ପରହୀ ଜିଲ୍ଲାର ବଣାଇ ତହସିଲ ଅଧୀନରେ କାର୍ଯ୍ୟ କରିଥିବା ନୃସିଂହ ଚରଣ ତ୍ରିପାଠୀ (୭୮)ଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
    ଆୟବର୍ହିଭୂତ ମାମଲାରେ ତତ୍‌କାଳୀନ ରାଜସ୍ବ ନିରୀକ୍ଷକ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ଥିଲା ୧୯୯୫ ମସିହା ଡିସେମ୍ବର ୨୯ ତାରିଖର ଘଟଣା। ଶ୍ରୀ ତ୍ରିପାଠୀଙ୍କ ସମ୍ପତ୍ତି ସେହି ସମୟରେ ଆୟ ତୁଳନାରେ ଢେର ଅଧିକ ଥିଲା। ସେହିଦିନ ଠାରୁ ମାମଲା ଜାରି ରହିଥିଲା। ଭିଜିଲାନ୍ସ ଜଜ ସମସ୍ତ ପ୍ରମାଣକୁ ଆଧାର କରି ମାମଲାର ବିଚାର କରି ଆଜି ଶ୍ରୀ ତ୍ରିପାଠୀଙ୍କ ପାଇଁ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ ମାସ ଅତିରିକ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି। ରାଉରକେଲା ଭିଜିଲାନ୍ସ ଇନ୍ସପେକ୍ଟର ବିଷ୍ଣୁ ଚରଣ ଦାଶ ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ