Friday, February 20, 2026
34 C
Odisha

    କେଦାରନାଥ : ପାହାଡରୁ ପଥର ଖସିବାରୁ ୨ ତୀର୍ଥଯାତ୍ରୀ ମୃତ, ୩ ଗୁରୁତର

    ଆଗକୁ ପଢନ୍ତୁ

    ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରୁ ଆସିଲା ବଡ଼ ଖବର । ପାହାଡରୁ ପଥର ଖସିବା ପରେ ଚାଲିଗଲା ତୀର୍ଥଯାତ୍ରୀଙ୍କ ଜୀବନ । କେଦାରନାଥ ଯାତ୍ରା ବେଳେ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟି ଠାରେ କେଦାରନାଥ ଯାଉଥିବା କିଛି ତୀର୍ଥଯାତ୍ରୀଙ୍କ ଉପରେ ପାହାଡରୁ ପଥର ଖସିଛି । ଯାହା ପରେ ତୀର୍ଥଯାତ୍ରୀମାନେ ପାହାଡ଼ ତଳକୁ ଖସି ପଡିଛନ୍ତି । ଘଟଣାସ୍ଥଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାର ସୂଚନା ମିଳିବା ଘଟଣାସ୍ଥଳକୁ ଡିଡିଆରଏଫ ଟିମକୁ ପଠାଯାଇଛି । ଆଜି ଦିନ ୧୨ ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସଙ୍ଗେସଙ୍ଗେ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଟିମ୍ ୨ ତୀର୍ଥଯାତ୍ରୀଙ୍କ ମୃତଦେହ ଏବଂ ଜଣେ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ