Friday, October 2, 2026
24.8 C
Odisha

    ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ନିଜ ବେକ କାଟିଲେ ଯୁବକ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି।ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

    ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଗୁରୁବାର ସକାଳୁ ପାରିବାରିକ କଳହ ଉପୁଜି ଥିଲା । ଏ ନେଇ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଉପୁଜିଥିବା କଳହ ସମାଧାନ ପାଇଁ ଆସିଥିବ‌େ ବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ ।

    ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନଙ୍କୁ ଗ୍ରାମବାସୀ ଏବଂ ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। କିନ୍ତୁ ରଞ୍ଜନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ