Sunday, September 13, 2026
27.6 C
Odisha

    ମାର୍ଚ୍ଚ ୧୦ରେ ରେଳରୋକୋ କରିବେ କୃଷକ ସଂଗଠନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଜାରି ରହିଛି। ଅନ୍ୟପକ୍ଷରେ କୃଷକ ନେତା ଜଗଜିତ୍ ସିଂହ ଦଲେୱାଲ ଏବଂ ସରୱାନ ସିଂହ ପାନ୍ଧେର ରବିବାର (ମାର୍ଚ୍ଚ ୩, ୨୦୨୪) କହିଛନ୍ତି ଯେ ଆମର ଦିଲ୍ଲୀ ଚାଲୋ ପଦଯାତ୍ରାକୁ ସ୍ଥଗିତ ରଖାଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଜଗଜିତ୍ ସିଂ ଦଲେୱାଲ କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇନାହିଁ। ଆମେ ଏଥିରୁ ପଛଘୁଞ୍ଚା ଦେଇନାହୁଁ। କେନ୍ଦ୍ର ସରକାରଙ୍କୁ ଆଣ୍ଠୁରେ ପକାଇବା ପାଇଁ ଆମେ ରଣନୀତି ସ୍ଥିର କରିଛୁ। ଆମେ ଯେଉଁ ସୀମାରେ ବସିଛୁ ସେଠାରେ ସଂଖ୍ୟା ବୃଦ୍ଧି କରିବୁ। ଆମେ କୃଷକମାନଙ୍କୁ ଅନ୍ୟ ସୀମାକୁ ଆଣିବାକୁ ମଧ୍ୟ ଚେଷ୍ଟା କରିବୁ ।.
    ଆମେ ନିଷ୍ପତ୍ତି ନେଇଛୁ ଯେ ମାର୍ଚ୍ଚ ୬ ରେ ସାରା ଦେଶରୁ ଆମର ଲୋକମାନେ ରେଳ, ବସ୍ ଏବଂ ବିମାନ ଯୋଗେ ଦିଲ୍ଲୀ ଆସିବେ । ମାର୍ଚ୍ଚ ୧୦ ତାରିଖ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରୋକୋ ଆନ୍ଦୋଳନ କରାଯିବ। ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବାକୁ ଆମେ ନିବେଦନ କରୁଛୁ।

    ପଞ୍ଜାବ କିଷାନ ମଜଦୁର ସଂଘର୍ଷ ସମିତିର ସାଧାରଣ ସମ୍ପାଦକ ସରୱାନ ସିଂ ପାଣ୍ଡେର ମଧ୍ୟ ଦଲେୱାଲଙ୍କ କଥାକୁ ଦୋହରାଇବା ସହ ଖାନୌରୀ ଏବଂ ଶମ୍ଭୁ ସୀମାରେ ବସିଥିବା କୃଷକମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଜୟ ମିଶ୍ର ଟେନିଙ୍କୁ ଟିକେଟ ଦେଇ ବିଜେପି କୃଷକମାନଙ୍କୁ ଅପମାନିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ