Wednesday, September 30, 2026
24.7 C
Odisha

    ଶିକ୍ଷାବିତ୍‌ ଅଭୟ କୁମାର ମହାନ୍ତିଙ୍କ ପରଲୋକ

    ଆଗକୁ ପଢନ୍ତୁ

    କଟକ: ଓଲିଉଡ୍‌ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ତଥା ଶିକ୍ଷାବିତ୍‌ ଅଭୟ କୁମାର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। କଟକର ନନ୍ଦିସାହିସ୍ଥିତ ବାସଭବନରେ ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ଅଭୟ କୁମାର ମାହାନ୍ତି ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଥିଲେ। କିଡ୍‌ନି ରୋଗରେ ପୀଡିତ ଥିବାରୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ସାଂସଦ ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ‌ଏନେଇ ସେୟାର କରିଆସୁଥିଲେ। ସେ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ। ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି।

    ଅଭୟ ମହାନ୍ତିଙ୍କ ବିୟୋଗରେ ପୁରାପରିବାରରେ ଶୋକର ଛାୟା ଖେଳିଯାଇଛି। ନନ୍ଦିସାହିସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବକ୍ତି ପହଞ୍ଚିଛନ୍ତି। ବହୁ ସ୍ଥାନୀୟ ବିଶିଷ୍ଟ ବକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ