Monday, March 16, 2026
24.3 C
Odisha

    ସାର କଳାବଜାରକୁ ନେଇ ଚିନ୍ତାରେ ଚାଷୀ: ଖରିଫ ପାଇଁ ଆସିଛି ୧୮୦୦ ମେଟ୍ରିକ୍ ଟନ୍

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟ ଜିଲ୍ଲାରେ ଆସନ୍ତା ଖରିଫ ଚାଷ ପାଇଁ ୪୨,୭୦୦ ମ୍ୟାଟ୍ରିକ୍ ଟନ୍‌ ସାରର ଆବଶ୍ୟକତା ରହିଛି। ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ୧୮୦୦୦ମେଟ୍ରିକ ଟନ ସାର ଜିଲ୍ଲାକୁ ମିଳିଛି। ବଳକା ୨୪୭୦୦ ମେଟ୍ରୀକ ଟନ୍ ସାର ଅଗଷ୍ଟ ଶେଷ ସପ୍ତାହରୁ ସୁଦ୍ଧା ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀମାନେ ସାରର ଅଭାବି ଓ କଳାବଜାରି ଆରମ୍ଭ ହୋଇଥିବା ଅଭିଯୋଗ କରିଛନ୍ତି। ୪୫୦ଟଙ୍କା ୟୁରିଆ ସାର ବସ୍ତାକୁ ଦେଢ଼ ଶହ ଟଙ୍କା ୬୦୦ଟଙ୍କା ନେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ସାର ବିକ୍ରି କରୁଥିବା ଡିଲରମାନେ ଧାନର ପିଲ ବଢ଼ିବା ପ୍ରତିଶ୍ରୃତି ଦେଇ ସାର ସହ ୪କିଲୋର ୭୨୦ଟଙ୍କା ନେଇ ଏକ ଔଷଧ କିଣି ନେବାକୁ ବାଧ୍ୟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

    ଜିଲ୍ଲାରେ ଆସନ୍ତା ଖରିଫ ଋତୁରେ ଶସ୍ୟବୀଜ, ଧାନ, ଡାଲି ଜାତୀୟ, ତୈଳବୀଜ ଜାତୀୟ, ମକା ଓ ଆଖୁ ଜାତୀୟ ଆଦି ୨ଲକ୍ଷ ୯୬ହଜାର ହେକ୍ଟର ଜମିରେ ଚାଷ କରାଯାଉଛି। ଏଥିରେ ସର୍ବାଧିକ ୯୦ ହଜାର ହେକ୍ଟର ଜମିରେ ଖରିଫରେ ଧାନ ଚାଷ କରାଯାଉଛି। ୟୁରିଆ ୧୭ହଜାର ମେଟ୍ରୀକ ଟନ୍, ଡିଏପି ୯ହଜାର ୫୦୦ଏମଟି, ଏମଓପି ୫୫୦୦ଏମଟି, ଏସଏସପି ୨୦୦ଏମଟି, କମ୍ପେଲକ୍ସେସ୍ ୧୦୫୦୦ମେଟ୍ରିକ ଟନ ଏଭଳି ସର୍ବମୋଟ ୪୧ହଜାର ୭୦୦ମେଟ୍ରିକ ଟନ୍ ସାରର ଆବଶ୍ୟକତା ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରିବା ପରେ ଜିଲ୍ଲାପ୍ରଶାସନ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛି।

    ଜିଲ୍ଲାକୁ ମିଳିଥିବା ସାର ମଧ୍ୟରୁ ଜୁନ ଓଜୁଲାଇ ମାସ ଶେଷ ସୁଦ୍ଧା ୟୁରିଆ ୪୩୬୯.୨୫ ଏମଟି, ଡିଏପି ୩୪୨୮.୫ଏମଟି, ଏମଓପି ୯୮୯.୮୭୩, ଏନପିକେଏସ୍ ୧୩୯୧.୦୫ ଏମଟି, ଏସଏସପି ୯୦.୧୫ଏମଟି, ଏଭଳି ସର୍ବମୋ୍ଟ ୧୦୨୬୮.୮୨୩ ଏମଟି ସାର ବିକ୍ରୀ ହୋଇ ସାରିଛି। ଅଗଷ୍ଠ ମାସର ଶେଷ ସପ୍ତାହ ସୁଦ୍ଧା ୟୁରିଆ ୨୯୨୬.୧୪ ମେଟ୍ରିକ ଟନ୍, ଡିଏପି ୯୪୬.୯୫ଏମଟି, ଏମଓପି ୫୫୯.୮୬,ଏନପିକେଏସ୍ ୨୧୬୬.୬୨ଏମଟି, ଏସଏସପି ୯୮.୩୪ଏମଟି ଏଭଳି ୬୬୯୭.୯ମେଟ୍ରିକ ସାର୍ ହୋଲସେଲର ଓ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଗଚ୍ଛିତ ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

    ଗତ ବର୍ଷ ବି ଚାଷୀମାନେ ଆରସିଏମଏସ୍, ଲ୍ୟାମ୍ପ ଓ ସାର ଡିଲରମାନଙ୍କ ନିକଟରେ ଲମ୍ବା ଲାଇନ୍ ଲଗାଇ ନିଜର ଧାର୍ଯ୍ୟ ଜମି ଅନୁସାରେ ପାଇ ନଥିଲେ। ସାର୍ କଳାବଜାର ହୋଇଥିଲା। ଚଢ଼ାଦରରେ ସାର କିଣି ବାଧ୍ୟ ହୋଇ ନିଜ ଜମିରେ ପକାଇ ଚାଷ କରିଥିଲେ। ଗତ ବର୍ଷ ପରି ଏହି ବର୍ଷ ବି ଏବେ ପ୍ରତ୍ୟେକ ଦିନ ସକାଳ ପାଇବା ମାତ୍ରକେ ଚାଷୀମାନେ ଆରସିଏମଏସ୍, ଲ୍ୟାମ୍ପ ଓ ଡିଲରଙ୍କ ନିକଟରେ ଖାସ୍ କରି ୟୁରିଆ ସାର୍ ପାଇଁ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳୁଛି।

    ସାରର ଅଭାବ ହେବ ନି। ଚାଷୀଙ୍କ ଜମିର ପରିମାଣ ଅନୁଯାୟୀ ୟୁରିଆ ଦେବାକୁ ନିର୍ଦେଶ ଦିଆଯାଇଛି। କଳାବଜାରୀ ରୋକିବା ପାଇଁ ଟିମ୍ ଗଠନ କରି ବ୍ୟାପକ ଭାବେ ଯାଂଚ କରାଯିବ। ସେଭଳି କେହି ଚଢ଼ା ଦରରେ ବିକ୍ରି କିମ୍ବା କଳାବଜାରୀର ନଜରକୁ ଆସିଲେ ଯାଂଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି।

    ୟୁରିଆ ବଦଳରେ ନାନୋ ୟୁରିଆ ବ୍ୟବହାର କରି ଚାଷୀ ଏହାର ଚାହିଦା କମାଇ ପାରିବେ। ପ୍ରଥମେ ୨ମିଲିଲିଟର ନାନୋ ୟୁରିଆ ଲିକ୍ୟୁଡକୁ ଏକ ଲିଟର ପାଣିରେ ମିଶାଇ ସିଂଚିବାକୁ ପଡ଼ିଥାଏ। ତାହାର ୨୧ଦିନରେ ୪ମିଲିଲିଟର ନାନୋ ୟୁରିଆ ଲିକ୍ୟୁଡକୁ ସେଭଳି ଏକ ଲିଟର ପାଣିରେ ମିଶାଇ ସିଂଚି ପାରିବେ। ଏହା ୟୁରିଆ ଭଳି କାମ କରେ ବୋଲି କୃଷି ବିଭାଗ ଅଧିକାରୀ ମାନେ କହୁଛନ୍ତି। ଏହି ନାନୋ ୟୁରିଆ ବି ବଜାରରେ ଉପଲବ୍ଧ ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ