Friday, September 20, 2024
24.1 C
Odisha

    ଫିଲ୍ମ ସୁଟିଂ ସରିବା ପରେ ହିରୋଇନଙ୍କ କପଡା କଣ ହୁଏ…

    ଆଗକୁ ପଢନ୍ତୁ

    ବଲିଉଡ ଫିଲ୍ମ ହେଉ କିମ୍ବା ଓଲିଉଡ ହିରୋଇନ ମାନେ ବିଭିନ୍ନ ପ୍ରକାର କପଡା ପିନ୍ଧିଥାନ୍ତି। ଅଲଗା ଅଲଗା ଡ୍ୟାନ୍ସରେ କିମ୍ବା ଗୀତରେ ରଙ୍ଗବେରଙ୍ଗର କପଡା ପିନ୍ଧନ୍ତି । ତେବେ ଏହି କପଡା ସବୁ କଣ ହୁଏ କେବେ ଭାବିଛନ୍ତି । ତେବେ ଆସନ୍ତୁ ଜାଣଇବା ଏହିସବୁ କପଡା କଣ ହୁଏ। ଆକ୍ସନ ରିପ୍ଲେ ଫିଲ୍ମରେ ଐଶର୍ଯ୍ୟା ରାୟ 125 ଓ କରିନା କପରୁ 130 ପ୍ରକାର ଡ୍ରେସ ପିନ୍ଧିଥିଲେ । କଷ୍ଟ୍ୟୁମ ହିସାବରେ ହିରୋଇନ ମାନେ ଡ୍ରେସ ପିନ୍ଧନ୍ତି। ଏହି ଡ୍ରେସ ଗୁଡିକ ଅନେକ ଥର ବ୍ୟବହାର ହୋଇଥାଏ। ଥରେ ବ୍ୟବହାର ହେବାପରେ ସେଗୁଡିକୁ ପୁଣି ପ୍ରଯୋଜକ ସଂସ୍ଥାକୁ ଫେରାଇ ଦିଆଯାଏ । ପୁଣି ସୁଟିଂ ସମୟରେ ମ୍ୟାଚିଂ କରି ଆକ୍ଟରମାନଙ୍କୁ ଦିଆଯାଏ । ଏହି ପୁରୁଣା ଡ୍ରେସ ଗୁଡିକ ଜୁନିୟର କଳାକାର ମାନେ ଅଧିକ ଥର ବ୍ୟବହାର କରନ୍ତି । କଷ୍ଟ୍ୟୁମ ଡିଜାଇନର ଏକ ସାକ୍ଷାତକାରରେ କହିଛନ୍ତି ବଣ୍ଟି ଏବଂ ବବଲିରେ ଐଶର୍ଯ୍ୟା ରାୟ ବଚ୍ଚନ ଯେଉଁ ଡ୍ରେସ ପିନ୍ଧିଥିଲେ ସେଗୁଡିକୁ ପୁଣି 5ବର୍ଷ ପରେ ବ୍ୟାଣ୍ଡ ବାଜା ବାରାତରେ ପିନ୍ଧିଥିଲେ । କିନ୍ତୁ ଏହାର ଚୁଲି ଓ ଘାଗରା କଷ୍ୟୁମ ହିସାବରେ ବଦଳା ଯାଇଥିଲା । ସେ କହିଛନ୍ତି ସମସ୍ତ କପଡା ପ୍ରଯୋଜକ ସଂସ୍ଥା ପାଖକୁ ଫେରସ୍ତ ହୋଇଯାଏ । କେହି କଳାକାର ପସନ୍ଦ ଅନୁଯାୟୀ କପଡା ନିଜ ସାଥିରେ ନେଇ ଯାଇଥାନ୍ତି । ଦୀପିକା ପଦକୋଣ ଏ ଜବାନୀ ହେ ଦିବାନୀ ଫିଲ୍ମର ନୈନା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଚଶମା ନେଇଯାଇଥିଲେ। ସେହିପରି କୁହାଯାଏ ଋଷି କପୁର ନିଜ ଫିଲ୍ମରେ ବ୍ୟବହାର କରୁଥିବା ସମସ୍ତ ଜୋତା ସାଥିରେ ନେଇ ଯାଆନ୍ତି। ଅନେକ ଥର ନିଲାମ ମଧ୍ୟ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ