Thursday, October 1, 2026
28.5 C
Odisha

    ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଶେଷ: ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗୃହ ମୁଲତବୀ

    ଆଗକୁ ପଢନ୍ତୁ

    ଭୁବନ‌େଶ୍ବର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଶେଷ ହୋଇଛି। ଏହା ୨୨ ଜୁଲାଇ ୨୦୨୪ଠାରୁ ଆରମ୍ଭ ହୋଇଥିଲା। ୧୧ ସେପ୍ଟେମ୍ବର ବୁଧବାର ଏହା ଶେଷ ହୋଇଛି। ଏଥିରେ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଟି ସରକାରୀ କାର୍ଯ୍ୟ ଦିବସ ଥିଲା।
    ଏହି ଅଧିବେଶନରେ ୮ଜଣ ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ସମାଜସେବୀଙ୍କ ପାଇଁ ଶୋକ ପ୍ରସ୍ତାବ ଅଣାଯାଇଥିଲା। ସେହିପରି ଜଣେ ବିଶିଷ୍ଟ ସମାଜସେବୀ ଏବଂ ଜଣେ ପୂର୍ବତନ ଓଡ଼ିଶା ପୁଲିସଙ୍କ ପାଇଁ ଶୋକ ପ୍ରସ୍ତାବ ଅଣାଯାଇଥିଲା। ୮୩ଟି ପେପର ଉପସ୍ଥାପନ/ପୁନଃଉପସ୍ଥାପନ କରାଯାଇଥିଲା। ୧୧ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ ହୋଇଥିବାବେଳେ ୪୨ଟି କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ସହିତ ୮୩ରୁ ଅଧିକ ନିବେଦନ ଉପସ୍ଥାପନ କରାଯାଇଥିଲା। ୫ଟି ବିବୃତି ଉପସ୍ଥାପନ ହୋଇଥିବାବେଳେ ଗୋଟିଏ ଦୃଷ୍ଟି ଆକର୍ଷଣ ଉପସ୍ଥାପନ କରାଯାଇଥିଲା।

    ସେହିପରି ୨ଟି ସରକାରୀ ବିଧେୟକ ଉପସ୍ଥାପନ ହେବା ସହିତ ୨ଟି ସରକାରୀ ବିଧେୟକ ପାରିତ ହୋଇଥିଲା। ୨୧ଟି ଖର୍ଚ୍ଚଦାବୀ ଆଲୋଚନା କରାଯାଇଥିଲା। ଏହା ସହିତ ଶେଷଦିନରେ ୬ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ଅଧିବେଶନ ସମୟରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଆସିଥିଲା। ବୁଧବାର ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ