Saturday, June 13, 2026
38.7 C
Odisha

    କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ

    ଆଗକୁ ପଢନ୍ତୁ

    କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସ୍ପିଡ୍ ବାଇକରେ ଆସି ଚଳନ୍ତା ଗାଡିରୁ ଲୁଟୁଥିଲେ ଚେନ । ଚେନ ଲୁଟ ପରେ ବଦଳାଇ ଦେଉଥିଲେ ନମ୍ବର ପ୍ଲେଟ । ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା, ବାଇକ ଓ ଟଙ୍କା ଜବତ ହୋଇଛି ।ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଓ ଆୟସ ହୋଇଥିବା ଜଣାପଡିଛି । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ । ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିବା ସହ ମହିଳାଙ୍କୁ ଅଧିକ ଟାର୍ଗେଟ କରନ୍ତି ଏମାନେ । କେବଳ ସୁନା ଚେନ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଛି। ଏହା ସହ ଅଭିଯୁକ୍ତଙ୍କ ପାଖରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.7 ° C
    38.7 °
    38.7 °
    28 %
    2.4kmh
    74 %
    Sat
    39 °
    Sun
    41 °
    Mon
    41 °
    Tue
    42 °
    Wed
    42 °

    ସମ୍ବନ୍ଧିତ