Saturday, October 10, 2026
23.6 C
Odisha

    ବଜ୍ରାକାପ୍ତା କାତି ଡିଲ୍‌ ବେଳେ ଆତର୍କିତ ଚଢ଼ଉ; ୫ ଗିରଫ

    ଆଗକୁ ପଢନ୍ତୁ

    ବଜ୍ରାକାପ୍ତା କାତି ଡିଲ୍ ବେଳେ ବନ ବିଭାଗ ଓ ପୁଲିସର ମିଳିତ ଭାବେ ଚଢ଼ଉ। ୧୬ ଗୋଟି ବଜ୍ରକାପ୍ତା କାତି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ତାରାଗାଁ କାଜୁବାଡରେ ବଜ୍ରକାପ୍ତା କାତି ଡିଲ୍ ଚାଲିଥିବା ନେଇ ବନ ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ବନାଞ୍ଚଳ, କୋଡିଗାଁ ବନାଞ୍ଚଳ, ରାଇଘର ବନାଞ୍ଚଳ ଏବଂ ନବରଙ୍ଗପୁର ପୁଲିସର ମିଳିତ ଭାବେ ଉକ୍ତ କାଜୁବାଡ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୧୬ ଗୋଟି ବଜ୍ରକାପ୍ତା କାତି, ୫ ଗୋଟି ମୋବାଇଲ, ୪ ଗୋଟି ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

    ଏହି ବଜ୍ରକାପ୍ତା କାତି ଗୋଟାକୁ ୩ ହଜାର ଟଙ୍କା ହିସାବରେ ୪ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି ହୋଇଥାନ୍ତା। ଏହା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରୁ ଅଣାଯାଇଥିଲା ବୋଲି ଡିଏଫଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କୋରାପୁଟ ଜିଲ୍ଲାର ତଳଲିମିକା ଗାଁର ରାମଚନ୍ଦ୍ର ମୁଦୁଲି, କେଲାଗୁଡା ଗାଁର ଲଳିତ ଭତ୍ରା, ମଦେଇଗୁଡା ଗ୍ରାମର ମଙ୍ଗୁଳୁ ଜାନୀ, ବଙ୍ଗଳାଗୁଡା ଗ୍ରାମର ଦୁର୍ଯ୍ୟଧନ ଗୌଡ, ବଣ୍ଡାମାଳିଗୁଡା ଗ୍ରାମର ଟଙ୍କଧର ଭୋଇଙ୍କୁ ଗିରଫ କରାଯାଇଛି।

    ଏହି ଚଢ଼ାଉ ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଟକୃଷ୍ଣ ମିଶ୍ର, ସହବନସଂରକ୍ଷକ ମନସୁନ୍ ଖେମୁଣ୍ଡୁ, କୋଡିଗାଁ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ନବରଙ୍ଗପୁର ରେଞ୍ଜର ଗୋପିନାଥ ସାହୁ, ନବରଙ୍ଗପୁର ଥାନା ଏସଆଇ ଦେବାଶିଷ ସାହୁ, ବନପାଳ ଏ.ବୈରାଗୀ, ଗୋବିନ୍ଦ ନାୟକ, ହରିହର ବ୍ରହ୍ମା, ପ୍ରଭାତ ବିଷୋୟୀ, କାମାକ୍ଷା ପ୍ରସାଦ ସ୍ବାଇଁ, ରମେଶ ବିଷୋୟୀ, ଲାଲୁ ବିଷୋୟୀ, ଭବାନୀ ବିଷୋୟୀ, ଦୀପକ ପ୍ରଧାନ, ଶୁଭାଶିଷ ନାୟକ, ଉମାଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ