Sunday, September 27, 2026
27.3 C
Odisha

    ମାଲକାନଗିରିରେ ଆସନ୍ତାକାଲି ସ୍କୁଲ ବନ୍ଦ

    ଆଗକୁ ପଢନ୍ତୁ

    ମାଲକାନଗିରି: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି ବୋହୁଛି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଯାତାୟତ ଠପ ହୋଇଯାଇଛି । ପୋଟେରୁ ଗାଁରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାବେଳେ ମାଲକାନଗିରି ଜିଲ୍ଲା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ଠପ୍ ହୋଇଯାଇଛି।
    ପାଙ୍ଗାମ ନଦୀ ପୋଲ ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଜୟପୁର ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିଭଳି ଏମଭି-୭ ନିକଟରେ ତମସା ନଦୀ ଜାତୀୟ ରାଜପଥକୁ ଗିଳିଛି। ପୋଟେରୁ ,କାଙ୍ଗୁରୁକୁଣ୍ଡା,ଏମଭି-୯୦,ଏମଭି-୯୬ ,ପାଙ୍ଗାମ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ସେହିଭଳି ପୋଟେରୁ ନଦୀର ପାଣି ବଢିଯିବାରୁ ପୋଟେରୁ ଗାଁ ଭିତରେ ପଶିବାରୁ ଲୋକେ ତ୍ରାହିତ୍ରାହୀ ଡାକ ଛାଡିଲେଣି।ପ୍ରଶାସନ ତରଫରୁ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି। ସମସ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।ଜାତୀୟ ରାଜପଥ କଡରେ ଶହ ଶହ ଟ୍ରକ ଠିଆ ହୋଇଛି। ସମସ୍ତ ଟ୍ରକ କର୍ମଚାରୀଙ୍କୁ ପ୍ରଶାସନ ତରଫରୁ ଖାଇବାର ବ୍ୟବସ୍ଥା ଏବଂ ରହିବାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।
    ବର୍ଷାରେ କେବଳ ଜାତୀୟ ରାଜପଥ ହିଁ ନୁହେଁ,ବରଂ ଜିଲ୍ଲାର ବଣ୍ଡାଘାଟି ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ସେହିପରି ଚିତ୍ରକୋଣ୍ଡା ରାସ୍ତାରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବାୟାପଡା ରାସ୍ତା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଗତ ପନ୍ଦର ଦିନ ତଳେ ଏହି ରାସ୍ତା ବର୍ଷାରେ ଭାଙ୍ଗିଯାଇଥିବା ବେଳେ ସଂପୂର୍ଣ୍ଣ ଧୋଇ ହୋଇଯାଇଛି।
    ଆସନ୍ତାକାଲି ଅର୍ଥାତ୍ ୧୦.୦୯.୨୪ରେ ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ତତ୍ ସହିତ ଆସନ୍ତାକାଲି ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ ଶିକ୍ଷା ବନ୍ଦ ରହିବ। ରନ୍ଧା ଖାଦ୍ୟ ବଦଳରେ ଶିଶୁଙ୍କ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯିବ। ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ କର୍ମକ୍ଷେତ୍ରରେ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
    ବାୟାପଡା ଗ୍ରାମ ସହ ୧୦ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବର୍ଷା ଏକ ପ୍ରକାର ଜିଲ୍ଲାକୁ ଜଳମଗ୍ନ କରି ରଖିଛି। ମାଲକାନଗିରିର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କୁ ଆଶ୍ରୟ ଦିଆଯାଇଥିବା ବେଳେ ପୋଟେରୁ ଗ୍ରାମର ଲୋକଙ୍କୁ ଉଦ୍ଧାର କରି ପୋଟେରୁ ଥାନାର ଦୁଇ ମହଲା କୋଠା ଉପରେ ଆଶ୍ରୟ ଦିଆଯାଇଛି। କେବଳ ପୋଟେରୁ ଗାଁ ନୁହେଁ ଏମପିଭି-୫୭,ଏମପିଭି-୬୯ ସମେତ ବହୁ ଗ୍ରାମ ଜଳମଗ୍ନ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ସମେତ ବ୍ଲକ ପ୍ରଶାସନ ଏବେ ବନ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ଆଶ୍ବାସନା ଦେବା ସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରୁଛି। ଲଗାଣ ବର୍ଷା ନକମିଲେ ସ୍ଥିତି ଆହୁରି ସାଙ୍ଘାତିକ ହେବ ବୋଲି କୁହାଯାଇଛି।
    ପାଣି କମିବାକୁ ହେଲେ ଆହୁରି ଦଶ ଘଣ୍ଟା ବର୍ଷା ବନ୍ଦ ହେବା ଦରକାର ବୋଲି କୁହାଯାଇଛି। ସବୁ ପାହାଡି ନଦୀ ପାଣି ଗାଁରେ ପଶିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଅଗ୍ନିଶମ କର୍ମଚାରୀ ଡଂଗା ସାହାଯ୍ୟରେ ଲୋକଙ୍କୁ ପାଣି ଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ