Thursday, December 18, 2025
13.6 C
Odisha

    ଉତ୍ତର ଭାରତରେ ସଙ୍ଗୀନ ହେଉଛି ବନ୍ୟା ସ୍ଥିତି: ପାଣିରେ ବୁଡିଛି ୮ଶହ ଗାଁ, ସେପଟେ ବଜ୍ରପାତ ଯୋଗୁଁ ବିହାରରେ ଦିନକରେ ଗଲା ୨୧ଜୀବନ

    ଆଗକୁ ପଢନ୍ତୁ

    ଉତ୍ତରଭାରତରେ ସଙ୍ଗୀନ ହେଉଛି ବନ୍ୟା ସ୍ଥିତି । ୭ଜିଲ୍ଲାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୮ଶହ ଗାଁ ବୁଡିବା ସହ ୨୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।ଏନଡିଆରଏଫ ଓ ଏସଡିଏଫ ଟିମ ଉଦ୍ଧାରକାମରେ ନିୟୋଜିତ ଅଛନ୍ତି । ରାଜ୍ୟର ଅଧିକାଂଶ ରାଜ୍ୟରେ ନଦୀ ବିପଦ ସଂକେତ ଉପର ଦେଇ ପ୍ରବାହିତ ହେଉଥିବାରୁ ତଳତଳିଆ ଅଂଚଳ ସ୍ଥିତି ସଂଗୀନ ହୋଇପଡିଛି । ବିହାରରେ ମଧ୍ୟ ଦିନକୁ ଦିନ ବିଗୁଡୁଛି ବନ୍ୟା ସ୍ଥିତି । ରାଜ୍ୟର ଦୁଇ ବଡ ନଦୀ ଗଣ୍ଡକ ଓ କୋଶୀରେ ଜଳସ୍ତର ବୃଦ୍ଧି ଫଳରେ ରାସ୍ତାଘାଟ ଧୋଇଗଲାଣି । ବିହାରକୁ ଲାଗି ଥିବା ନେପାଳ-ଭାରତ ସୀମା ମଧ୍ୟ ବନ୍ୟା ପାଣିରେ ବୁଡିଥିବା ଜଣାପଡିଛି । ୨୪ଘଂଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୨୧ଜଣଙ୍କ ମୃତ୍ୟୁ ସୂଚନା ମିଳିଛି ୟୁପି, ବିହାର, ଗୁଜରାଟ, ଆସାମ, ଅରୁଣାଚଳପ୍ରଦେଶ ବନ୍ୟା ତାଣ୍ଡବ ରଚିଥିବାବେଳେ ଉତରାଖଣ୍ଡ ଓ ହିମାଚଳପ୍ରଦେଶରେ ଭୁସ୍ଖଳନ ବଡ ଧରଣର କ୍ଷୟକ୍ଷତି କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.6 ° C
    13.6 °
    13.6 °
    40 %
    1.3kmh
    0 %
    Thu
    26 °
    Fri
    26 °
    Sat
    27 °
    Sun
    27 °
    Mon
    27 °

    ସମ୍ବନ୍ଧିତ