Sunday, October 4, 2026
22.7 C
Odisha

    କୋଲକାତା ବିମାନବନ୍ଦରରେ ବନ୍ୟା: ବିମାନ ଜଳବନ୍ଦୀ ଅବସ୍ଥାରେ ପାର୍କିଂ,ଭିଡ଼ିଓ ଭାଇରାଲ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ ଏବଂ ଏହାର ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିମାନବନ୍ଦରର ଭିଡ଼ିଓ ଫୁଟେଜରେ ଉଭୟ ରନୱେ ଏବଂ ଟ୍ୟାକ୍ସିୱେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବିମାନଗୁଡ଼ିକ ଜଳବନ୍ଦୀ ଅବସ୍ଥାରେ ପାର୍କିଂ କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
    କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ହାୱାଡା, ସଲ୍ଟ ଲେକ୍ ଏବଂ ବାରାକପୁରରେ ଲଘୁଚାପ ଯୋଗୁ ଲଗାତାର ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ କହିବାନୁସାରେ, ଏହି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ଏବଂ ଉତ୍ତରପ୍ରଦେଶ ଆଡ଼କୁ ଗତି କରୁଛି, ଯାହାକି ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲାଗୁଡ଼ିକ ଉପରେ ଏକ ସକ୍ରିୟ ମୌସୁମୀ ଟ୍ରଫ୍ ବହନ କରୁଛି, ଯାହା ଲଗାତାର ବର୍ଷା ସୃଷ୍ଟି କରୁଛି।

    କୋଲକାତାର ବିଭିନ୍ନ ସ୍ଥାନରୁ ୱାଟରଲଗିଂ ହୋଇଥିବା ସୂଚନା ମିଳିଛି ଏବଂ ଦିନସାରା ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ହାୱାଡା, ପଶ୍ଚିମ ବର୍ଦ୍ଧମାନ, ବୀରଭୂମି, ପୂର୍ବ ବର୍ଦ୍ଧମାନ, ହୁଗଲି, ନଦିଆ ଏବଂ ଉତ୍ତର ଏବଂ ଦକ୍ଷିଣ ୨୪ ପରଗଣା ସମେତ ଦକ୍ଷିଣ ଜିଲ୍ଲାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

    କେନ୍ଦ୍ରୀୟ ଏବଂ ଦକ୍ଷିଣ କୋଲକାତାର କିଛି ଅଞ୍ଚଳରେ ଆଣ୍ଠୁ ଗଭୀର ଜଳ ରିପୋର୍ଟ ହୋଇଛି। ଶୁକ୍ରବାର ଅପରାହ୍ନରୁ ସହରର କିଛି ଅଞ୍ଚଳରେ ୭ ସେମି ପର୍ଯ୍ୟନ୍ତ ବର୍ଷା ହୋଇଛି। ପ୍ରବଳ ବର୍ଷା ସତ୍ତ୍ବେ ଶୁକ୍ରବାର ଦିନ କୋଲକାତାରେ ସର୍ବାଧିକ ତାପମାତ୍ରା ୩୦.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ଯାହା ସାଧାରଣ ତାପମାତ୍ରା ଠାରୁ ୨.୪ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ସାଧାରଣସ୍ତରରୁ ୦.୬ ଡିଗ୍ରୀ ତଳେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ