Thursday, April 2, 2026
26 C
Odisha

    ବିହାରରେ ବନ୍ୟା, ୧୬ ଲକ୍ଷ ପ୍ରଭାବିତ

    ଆଗକୁ ପଢନ୍ତୁ

    ପାଟନା: ବିହାରରେ ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ  ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି। ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।   ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି।  ସଙ୍କଟ ପରିଚାଳନା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ ହୋଇଛି।

    ଗତ ତିନି ଦିନ ଧରି ବିଭିନ୍ନ ଜଳଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଉତ୍ତର ଏବଂ କେନ୍ଦ୍ରୀୟ ବିହାରରେ ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଆସିଛି।  ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ  ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇ  ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ  କୋସି ବ୍ୟାରେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁଢ଼ୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଗଙ୍ଗା ନଦୀ ରହିଥିବାରୁ ଉତ୍ତର ବିହାରର ୮ଟି ଜିଲ୍ଲାର ୩୧ଟି ବ୍ଲକ୍‌ରେ ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡକ, କୋଶୀ, ମହାନନ୍ଦା ଆଦି ନଦୀରେ ଜଳସ୍ତର ସାଂଘାତିକ ଭାବେ ବଢ଼ିଛି।  ନେପାଳର ଜଳଭଣ୍ଡାର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପଶ୍ଚିମ ଓ ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ଅରାରିଆ, ସୁପୌଲ, କଟିହାର, ପୂର୍ଣ୍ଣିଆ ସମେତ ତଳିଆ ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଛି।

    ନେପାଳ ବନ୍ୟା: ମୃତ୍ୟୁସଂଖ୍ୟା ୧୫୦ ଟପିଲା, ଶତାଧିକ ନିଖୋଜ 
    କାଠମାଣ୍ଡୁ:  ନେପାଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୫୦ ଅତିକ୍ରମ କରିଛି। ଏହା ବ୍ୟତୀତ ୧୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।   ବନ୍ୟା ଓ ଭୂସ୍ଖଳନର ୨୦୦ଟି ଘଟଣା ସାମ୍ନାକୁ ଆସିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।  ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିପର୍ଯ୍ୟୟର ଗମ୍ଭୀରତା   ବୃଦ୍ଧି ପାଉଛି। ଶନିବାର ନେପାଳରେ ୫୪ ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗି ବର୍ଷା ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ  ୪,୧୨,୦୦୦ ପରିବାର ଏହି ବନ୍ୟାରେ ସାଂଘାତିକ ପ୍ରଭାବିତ  ହୋଇଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୩୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ରାଜଧାନୀ କାଠମାଣ୍ଡୁ ଆଖପାଖରେ ଥିବା ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଯୋଗୁଁ ୩ ଶହରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।  ପ୍ରବଳ ବର୍ଷା ପରେ କାଠମାଣ୍ଡୁର ମୁଖ୍ୟ ନଦୀ ବାଗମତୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୦ ହଜାରରୁ ଅଧିକ ଲୋକ ରିଲିଫ୍‌ ଶିବିରରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ