Monday, February 24, 2025
31.7 C
Odisha

    ବାସୀ ଖାଦ୍ୟ ଖାଉଥିଲେ ସାବଧାନ

    ଆଗକୁ ପଢନ୍ତୁ

    ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଲୋକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଖାଦ୍ୟକୁ ସତେଜ ଅବସ୍ଥାରେ ସେବନ କରିବା ଉଚିତ । ବାସି ଖାଦ୍ୟ ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ ।

    ୧- ଆମେମାନେ ନିୟମିତ ଖାଉଥିବା ଅଣ୍ଡାରେ ସାଲମୋନେଲା ନାମକ ଏକ ବ୍ୟାକ୍ଟେରିଆ ରହିଥାଏ । ଏହି ବ୍ୟାକ୍ଟେରିଆ ମୁଖ୍ୟତଃ ଅଧା ରନ୍ଧା ଓ କଞ୍ଚା ଅଣ୍ଡାରେ ମିଳିଥାଏ । ଏହି କାରଣରୁ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ ଭଳି ସମସ୍ୟା ଦେଖାଦେଇପାରେ ।

    ୨- ଆଳୁକୁ ରାନ୍ଧିବା ପରେ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡାରେ ଛାଡ଼ି ଦିଆଯାଏ, ସେଥିରେ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଏହି ବ୍ୟାକ୍ଟେରିଆ ଯୋଗୁଁ ଆମ ଶରୀରରେ ଦୃଷ୍ଟିଶକ୍ତି ହ୍ରାସ, ମୁହଁ ଶୁଖିଲା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏହି ସମସ୍ୟା ସାଧାରଣତଃ ଶିଶୁଙ୍କ ଠାରେ ଦେଖାଦେଇଥାଏ । ଆଳୁକୁ କଦାପି ମାଇକ୍ରୋୱେବରେ ରଖିବା ଅନୁଚିତ ।

    ୩- ପ୍ରାୟ ଲୋକ ଅଣ୍ଡାକୁ କମ୍ ସିଝାଇ ଖାଇଥାନ୍ତି । ଯାହାଫଳରେ ଅଣ୍ଡାରେ ଥିବା ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବେ ମରିନଥାନ୍ତି ଓ ବାସି ଅଣ୍ଡାରେ ଏହି ବ୍ୟାକ୍ଟେରିଆ ଦୁଇଗୁଣ ହୋଇଯାଇଥାଏ ।

    ୪- ରନ୍ଧା ଯାଇଥିବା ଭାତକୁ ରୁମ ମଧ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ସେଥିରେ ବେସିଲସ ସେରେସ ନାମକ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ବାସି ଭାତକୁ ଗରମ କରି ଖାଇବାର ଅଭ୍ୟାସ ଅନେକଙ୍କର ରହିଥାଏ, ଯାହାକି ଫୁଡ୍ ପଏଜନିଂର କାରଣ ସାଜିଥାଏ । ତେଣୁ ଭାତ ରାନ୍ଧିବାର ଏକ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍ ।

    ୫- ଅଣ୍ଡା ପରି ଚିକେନରେ ମଧ୍ୟ ସାଲମୋନେଲା ବ୍ୟାକ୍ଟେରିଆ ରହିଥାଏ । ରନ୍ଧା ଯାଇଥିବା ଚିକେନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଫଳରେ ସେଥିରେ ବ୍ୟାକ୍ଟେରିଆ ଅଧିକ ବେଗରେ ବଢ଼ିଥାନ୍ତି । ଅତ୍ୟଧିକ ଉତ୍ତାପରେ ଚିକେନକୁ ରୋଷେଇ କରିବା ଦ୍ୱାରା ଏହି ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରନ୍ତି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    16 %
    3kmh
    0 %
    Mon
    32 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ