Sunday, October 4, 2026
24.3 C
Odisha

    ବୁଦା ଭିତରୁ ଶିଶୁ କନ୍ୟାକୁ ପାଇ ପୋଷ୍ୟ ଭାବେ ଗ୍ରହଣ କଲେ ପୁଲିସ ଅଧିକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗାଜିଆବାଦର ୱେବ ସିଟି ଥାନା ଅଞ୍ଚଳର ଡାସନା  ଅନ୍ତର୍ଗତ ଇନାୟତପୁର ନିକଟରେ ଥିବା ଏକ ବୁଦା ଭିତରୁ ଦୁର୍ଗାଅଷ୍ଟମୀ ଦିନ ନବଜାତ ଶିଶୁ ଉଦ୍ଧାର ହୋଇଛି।  ଗ୍ରାମବାସୀ ବୁଦା ଭିତରୁ ନବଜାତର କାନ୍ଦ ସ୍ବର ଶୁଣି  ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ।ଖବର ପାଇ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ବୁଦା ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଶିଶୁର ପରିବାର‌ଲୋକଙ୍କ ସୂଚନା ପାଇବା ପାଇଁ ତଦନ୍ତ ଜାରି ରଖିଥିବା ବେ‌ଳେ ଏଯାବତ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ।

    ଡାସନା ପୁଲିସ ଷ୍ଟେସନର ଅଧିକାରୀ ପୁଷ୍ପେନ୍ଦ୍ର  ସିଂହ ନବଜାତ ଶିଶୁକୁ ଦେଖିବା ପରେ ତାକୁ ଆପଣାଇବାର ବିଚାର କରିଥିଲେ। ଏହାପରେ ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପୁ‌‌ଷ୍ପେନ୍ଦ୍ରଙ୍କ ପ୍ରସ୍ତାବରେ ସ୍ତ୍ରୀ ବି  ରାଜି ହୋଇଯାଇଥିଲେ।

    ଥାନା ଅଧିକାରୀ ପୁଷ୍ପେନ୍ର୍ତଙ୍କର ୨୦୧୮ରେ ବିବାହ ହୋଇଥିବା ବେଳେ ଏଯାବତ ତାଙ୍କର ସନ୍ତାନ ଟିଏ ନାହିଁ। ଏଭଳି  ଦୁଃଖ ସମୟରେ ପୁଷ୍ପେନ୍ଦ୍ର ବୁଦା ଭିତରୁ ଶିଶୁକୁ ପାଇ ତାକୁ ଆପଣାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥାଟି ହେଉଛି ଦୁର୍ଗା ଅଷ୍ଟମୀ ଦିନ ଶିଶୁ କନ୍ୟାକୁ ପାଇଥିବାରୁ ଦେବୀଙ୍କୁ ପାଇଥିବା ପୁଷ୍ପେନ୍ଦ୍ର ବିଶ୍ବାସ କରିଛନ୍ତି।

    ତେବେ ପୋଷ୍ୟ ଭାବେ କୌଣସି ଶିଶୁକୁ ଗ୍ରହଣ କରିବାକୁ ହେଲେ ଅନେକ ପ୍ରକ୍ରିୟା ଥାଏ। ଉକ୍ତ ପ୍ରକ୍ରିୟା ପାଳନ କରିବା ବାଧ୍ୟତାମୂଳକ ରହିଛି। କିଛି ପ୍ରକ୍ରିୟା ଜଟିଳ ବି ହୋଇଥାଏ। ଏସବୁକୁ ପୁରଣ କରିବା ପାଇଁ ପୁଷ୍ପେନ୍ଦ୍ର ଲାଗିପଡ଼ିଛନ୍ତି। ଏପଟେ ଧରାପୃଷ୍ଠରେ ମା’ ଦୁର୍ଗାଙ୍କ ଆଗମନ ହୋଇଥିବା ସମୟରେ କନ୍ୟାକୁ ଘରକୁ ନେବା ପାଇଁ ପୁଷ୍ପେନ୍ଦ୍ରଙ୍କ ସ୍ତ୍ରୀ ରାଶି ବେଶ ଖୁସି ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ