Tuesday, September 8, 2026
29.4 C
Odisha

    ଗ୍ରାହକଙ୍କୁ ପରିସ୍ରା ମିଶା ଫଳ ରସ ଦେଇ ଗିରଫ ହେଲେ ଦୋକାନୀ

    ଆଗକୁ ପଢନ୍ତୁ

    ଗାଜିଆବାଦ: ଗ୍ରାହକଙ୍କୁ ପରିସ୍ରା ମିଶା ଫଳ ରସ ଦେଇ ଗିରଫ ହେଲେ ଦୋକାନୀ। ଦୋକାନରେ ପରିସ୍ରା ଭର୍ତ୍ତି ଥିବା ଡବା କାହିଁକି ରଖାଯାଇଛି ବୋଲି ଉତ୍ତର ଦେଇନପାରିବାରୁ ଗିରଫ କଲା ପୁଲିସ। ଦୋକାନୀକୁ ଗିରଫ କରିବା ସହ ଏକ ୧୫ବର୍ଷୀୟ ବାଳକକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଜଣକ ହେଲେ ଅମୀର। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଜନସାଧାରଣଙ୍କ ଅଭିଯୋଗ ପରେ ଆମେ ଅମୀରକୁ ଗିରଫ କରିଛୁ। ଜୁସ୍ ବିକ୍ରେତା ଅମୀର ମଣିଷ ପରିସ୍ରା ମିଶାଇ ଲୋକଙ୍କୁ ଜୁସ୍ ପିଇବାକୁ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୁଲିସ ଦୋକାନରେ ପହଞ୍ଚିବା ପ‌ରେ ସେଠାରେ ପରିସ୍ରା ଭର୍ତ୍ତି ‌ଡବା ରଖାଯାଇଥିବା ଦେଖିବାକୁ ପାଇଥିଲା। ଜୁସ୍ ଦୋକାନରେ ପରିସ୍ରା ଭର୍ତ୍ତି ‌ଡବା କାହିଁକି ରଖିଛ ବୋଲି ପଚରାଯିବାରୁ ଆମୀର କୌଣସି ଉତ୍ତର ଦେଇପାରିନଥିଲା। ଏହା ପରେ ତାକୁ ଗିରଫ କରାଯାଇଛି। ତା’ ସହ ଆଉ ଜଣେ ନାବାଳକକୁ ମଧ୍ୟ ଅଟକ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ