Saturday, March 28, 2026
27.6 C
Odisha

    Goods Train Derailed ବନ୍ଧମୁଣ୍ଡା ରେଳ ସେକ୍ସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

    ଆଗକୁ ପଢନ୍ତୁ

    ବନ୍ଧମୁଣ୍ଡା   : ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ ସେକ୍ସନରେ ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଲମାର୍ଗର ଅପ୍‌ଲାଇନ୍‌ରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୭ଟା ୪୫ ବେଳେ  ବନ୍ଧମୁଣ୍ଡାର କେ-କେବିନ୍‌ ସମ୍ମୁଖରେ କିଲୋମିଟର ପୋଲ୍‌ ୪୦୮/୧୧ଇ ନିକଟରେ ଏହି ଘଟଣା ଘଟିଛି। ବନ୍ଧମୁଣ୍ଡାରୁ ରାଉରକେଲା ଅଭିମୁଖେ ଯାଉଥିବା ଏନ୍‌-ବକ୍ସ ମାଲଗାଡ଼ିର ଦୁଇଟି ବଗି ହଠାତ୍ ଲାଇନ୍ରୁ ବାହାରକୁ ଆସି ପଡ଼ିଥିଲା। ଖବର ପାଇବା ସହିତ ରେଲବାଇ ଅପରେଟିଂ,ଇଞ୍ଜିନିୟରିଂ ଓ କ୍ୟାରେଜ୍‌-ୱାଗନ୍‌ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମାଲଗାଡିକୁ ପୁନର୍ବାର ଲାଇନରେ ଚଢ଼ାଇବା କାମରେ ଲାଗି ଯାଇଛନ୍ତି।

    ନୂଆ ବର୍ଷ ଆରମ୍ଭ ହେବାର ୭୨ ଘଣ୍ଟା ମଧ୍ୟରେ ଏହା ଚକ୍ରଧରପୁର ରେଳ ମଣ୍ଡଳ ତଥା ବନ୍ଧମୁଣ୍ଡା ରେଳବାଇ ସେକ୍ସନର ପ୍ରଥମ ରେଳ ଦୁର୍ଘଟଣା ଅଟେ। ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରେଲୱେ ପକ୍ଷରୁ କୌଣସି ଆପାତକାଳୀନ ସତର୍କ ସଙ୍କେତ (ହୁଟର) ବଜାଯାଇନଥିବାରୁ ଘଟଣାକୁ ଲୁଚାଇବା ଚେଷ୍ଟା ହେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ପୁଣିଥରେ ଚକ୍ରଧରପୁର ରେଳମଣ୍ଡଳର ସୁରକ୍ଷିତ ଟ୍ରେନ୍‌ ପରିଚାଳନାକୁ ପ୍ରଶ୍ନର ସମ୍ମୁଖୀନ କରି ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ