Sunday, October 4, 2026
30.6 C
Odisha

    ଘର ନିର୍ମାଣ ପାଇଁ ଗରିବଙ୍କୁ ମାଗଣାରେ ବାଲି ଯୋଗାଇବେ ସରକାର

    ଆଗକୁ ପଢନ୍ତୁ

    ରାଞ୍ଚି: ବାଲି ମୂଲ୍ୟକୁ ନେଇ ମଙ୍ଗଳବାର ଦିନ ଝାଡଖଣ୍ଡ ବିଧାନସଭାରେ ହଙ୍ଗାମା ହୋଇଥିଲା। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ ଘୋଷଣା କରିଥିଲେ ଯେ ରାଜ୍ୟରେ ଆୟକର ଦେଉ ନ ଥିବା ଲୋକଙ୍କୁ ଘର ନିର୍ମାଣ ପାଇଁ ମାଗଣା ବାଲି ଦିଆଯିବ। ଏହା ସହିତ ୪୮୩୩.୩୯ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ମଧ୍ୟ ଗୃହ ଦ୍ୱାରା ପାରିତ ହୋଇଛି।

    ଝାଡ଼ଖଣ୍ଡରେ ବାଲିର ଅଭାବ ଏବଂ ଅଧିକ ମୂଲ୍ୟ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗରେ ସରକାରଙ୍କୁ କୋଣଠେସା କରିବାକୁ ଚେଷ୍ଟା କରୁଛି। ତେବେ ମୁଖ୍ୟମନ୍ତ୍ରୀ ସୋରେନ୍ ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।। ସେ କହିଛନ୍ତି ଗରିବଙ୍କ ପାଇଁ ଘର ନିର୍ମାଣ ପାଇଁ ବାଲିର ଅଭାବ ନ ହେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

    ଯେଉଁମାନେ ଆୟକର ଅଧୀନରେ ଅନ୍ତର୍ଭୁକ୍ତ ନୁହଁନ୍ତି ସେମାନଙ୍କ ପାଇଁ ମାଗଣା ବାଲି ମିଳିବ। ସିଏମ ହେମନ୍ତ ସୋରେନ କହିଛନ୍ତି ‘ବାଲିର ମହଙ୍ଗା ମୂଲ୍ୟ ଏବଂ ଗରିବ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା ହୋଇଛି। ଲୋକମାନେ ଆବୁଆ ଆୱାସ ଏବଂ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅନ୍ତର୍ଗତ ବାଲି କିଣିବାକୁ ସକ୍ଷମ ନୁହନ୍ତି। ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେଉଁମାନେ ଆୟକର କ୍ଷେତ୍ରକୁ ଆସନ୍ତି ନାହିଁ ସେମାନଙ୍କୁ ମାଗଣା ବାଲି ଯୋଗାଇ ଦିଆଯିବ।

    ବାଲି ମାଫିଆଙ୍କ ମନମୁଖୀ କାର୍ଯ୍ୟକଳାପ ଜାରି ରହିଥିବା ଅଭିଯୋଗ ବିଜେପି ପକ୍ଷରୁ କରାଯାଇଛି। ଏହାପୂର୍ବରୁ ସପ୍ଲିମେଣ୍ଟାରୀ ବଜେଟ୍ ଉପରେ ଆଲୋଚନା ବେଳେ ବିଜେପି ବିଧାୟକ ଭାନୁ ପ୍ରତାପ ଶାହି ବାଲି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ବାଲି ମାଫିଆ ପ୍ରତି ସରକାର ଦୟାଳୁ ଥିବାବେଳେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି। ଶାହି ଅଭିଯୋଗ କରିଛନ୍ତି, ରାଜପଥ ଭର୍ତ୍ତି କରି ଏଠାରୁ ବାଲି ବାହାରକୁ ଯାଇଥାଏ, କିନ୍ତୁ ଯେତେବେଳେ ଗରିବ ଲୋକ ଟ୍ରାକ୍ଟର ଦ୍ୱାରା ତାଙ୍କ ଘରକୁ ବାଲି ଆଣିଥାନ୍ତି, ସେତେବେଳେ ପୁଲିସ୍ ତାଙ୍କୁ ଧରିଥାଏ। ହେମନ୍ତ ସୋରେନଙ୍କ ସରକାରରେ ବାଲି ସୁନାରେ ପରିଣତ ହୋଇଛି ବିଜେପି ଅଭିଯୋଗ କରିଛି।

    ଗୃହରେ ବିଜେପି ବିଧାୟକଙ୍କ ଅନୁପସ୍ଥିତିରେ ୪୮୩୩.୩୯ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ଭଏସ୍ ଭୋଟ୍ ଦ୍ୱାରା ପାରିତ ହୋଇଥିଲା। ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ପାଇଁ ଏହି ବଜେଟ୍ ଅଣାଯାଇଛି ବୋଲି ମନ୍ତ୍ରୀ ଡାକ୍ତର ରମେଶ୍ୱର ଓରନ୍ କହିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ୧୨୫ ୟୁନିଟ୍ ବଦଳରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅତିରିକ୍ତ ବଜେଟ୍ ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ