Sunday, October 4, 2026
24.3 C
Odisha

    ୧ କୋଟି କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି: ବଢ଼ିଲା ମହଙ୍ଗା ଭତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦୀପାବଳି ଭେଟି ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ମୋଦୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକ ପରେ ସରକାର ଏହି ସୂଚନା ପ୍ରଦାନ କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ଅର୍ଥାତ୍ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ଦ୍ବାରା ପ୍ରାୟ ଏକ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ ହୋଇଛି। ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି ।

    ବର୍ଦ୍ଧିତ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୪ରୁ ଲାଗୁ ହେବ। ଏହାର ଅର୍ଥ ହେଉଛି ଲୋକମାନେ ୩ମାସର ବକେୟା ପାଇବେ। ଏଭଳି ପରିସ୍ଥିତିରେ, ଏଥର ଦୀପାବଳିରେ କର୍ମଚାରୀମାନେ ବୋନସ ସହିତ ବର୍ଦ୍ଧିତ ଦରମା ପାଇବେ।

    ଗତ ଅକ୍ଟୋବର ୩ ରେ ମଧ୍ୟ ମୋଦୀ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମୋଦନ ପାଇବା ମାତ୍ରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଥିଲା। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ମିଳିବ। ଏଥିପାଇଁ କ୍ୟାବିନେଟ ବୈଠକରେ ୨୦୨୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଥିଲା।

    ମହଙ୍ଗା ଭତ୍ତା ୩ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି
    – ମାର୍ଚ୍ଚ ୨୦୨୪ରେ ୪% ବୃଦ୍ଧି (୪୬% ରୁ ୫୦%)
    – ସେପ୍ଟେମ୍ବର ୨୦୨୩ ରେ ୪% ବୃଦ୍ଧି (୪୨% ରୁ ୪୬%)
    – ମାର୍ଚ୍ଚ ୨୦୨୩ରେ ୪% ବୃଦ୍ଧି (୩୮% ରୁ ୪୨%)
    – ସେପ୍ଟେମ୍ବର ୨୦୨୨ ରେ ୪% ବୃଦ୍ଧି (୩୪% ରୁ ୩୮%)
    – ମାର୍ଚ୍ଚ ୨୦୨୨ରେ ୩% ବୃଦ୍ଧି (୩୧% ରୁ ୩୪%)
    ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୂର୍ବରୁ ମୋଦୀ ସରକାର ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଯଦିଓ ସରକାର ଜାନୁଆରୀ-ଜୁଲାଇ ମାସରେ ଡିଏରେ ପରିବର୍ତ୍ତନ କରନ୍ତି, କିନ୍ତୁ ଚଳିତ ବର୍ଷ ୨୪ ମାର୍ଚ୍ଚ ୨୦୨୪ରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଆଧାରରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଫଳରେ ମହଙ୍ଗା ଭତ୍ତା ୪୬ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ବୁଧବାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ