Sunday, September 20, 2026
28.3 C
Odisha

    ଗ୍ରାମରୋଜଗାର ସେବକଙ୍କ ସରକାରୀ ବାସଭବନରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ କୁମ୍ଭାରୀ ପଞ୍ଚାୟତର କାର୍ଯ୍ୟରତ ଗ୍ରାମରୋଜଗାର ସେବକ (ଜିଆରଏସ୍‌) କିରଣ କୁମାର ଚୌଧୁରୀଙ୍କ ସରକାରୀ ବାସଭବନରେ ଆଜି ମୃତ୍ୟୁ ହୋଇଛି। ଅପରାହ୍ନରେ ନିଜ ସରକାରୀ ଘରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଥିଲା।

    ଦୀର୍ଘ ଦିନ ଧରି ପାରିବାରିକ ଦୁଶ୍ଚିନ୍ତାରେ ରହିବା ସହ ମାନସିକ ଭାରସାମ୍ୟ ହରାଇ ମଦ୍ୟପାନ କରିଆସୁଥିଲେ। ଫଳରେ କିଛି ନ ଖାଇ ଭୋକରେ ରହି ପ୍ରଚୁର ମଦ୍ୟପାନ କରିଆସୁଥିଲେ। ଯା ଫଳରେ ତାଙ୍କର ଶରୀରର ଅସୁସ୍ଥ ହେବା ସହ ବିଗିଡ଼ି ଯାଇଥିଲା। ଆଜି ଅପରାହ୍ନରେ ତାଙ୍କ ସରକାରୀ କ୍ବାଟରେ ମୃତ୍ୟୁ ହୋଇଥିବା ଜଣା ପଡ଼ିବା ପରେ ପରିବାର ବନ୍ଧୁବାନ୍ଧବଙ୍କୁ ସୂଚନା ଦିଆଯାଇଥିଲା।

    ବ୍ଲକ କର୍ମଚାରୀ ସହ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମରଶରୀରକୁ ନିଜ ପୈତ୍ରୀକ ଗ୍ରାମ ରାୟଗଡ଼ାର ଚାନ୍ଦିଲିକୁ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା। ସେଠାରେ ଶେଷକୃତ୍ୟ ସମ୍ପନ ହେବାର କାର୍ଯ୍ୟକ୍ରମ ରହିଛି ।ସ୍ବର୍ଗତ କିରଣ ଚୌଧୁରୀ ପଟାଙ୍ଗି ବ୍ଲକ କୁନ୍ଦୁଲିରେ ବିବାହ କରିଥିଲେ। ବିବାହ ବିଚ୍ଛେଦ ହୋଇ ଚାରିମାସ ବିତିଯାଇଥିଲା। ଯା ଫଳରେ ମାନସିକ ଭାରସାମ୍ୟ ହରେଇ ନାନା ଦୁଶ୍ଚିନ୍ତାରେ ଏକା ସରକାରୀ କ୍ବାଟରେ ରହିଆସୁଥିଲେ। କିରଣ ଚୌଧୁରୀଙ୍କ ମୃତ୍ୟୁ ଖବରକୁ ଗ୍ରାମରେ ଏକ ଶୋକାକୁଳ ପରିବେଶ ଖେଳିଯାଇଛି।ଶେଷ ଦର୍ଶନ ପାଇଁ ସରକାରୀ କ୍ବାଟରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ