Monday, March 23, 2026
32.9 C
Odisha

    ସନ୍ନ୍ୟାସୀ ହେଲେ କୋଟିପତି ଦମ୍ପତ୍ତି, ଦାନ କରିଦେଲେ ୨୦୦ କୋଟିରୁ ଅଧିକ ସମ୍ପତ୍ତି

    ଆଗକୁ ପଢନ୍ତୁ

    ଗୁଜରାଟର ଜଣେ ଧନୀ ଜୈନ ଦମ୍ପତ୍ତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରୀ ମାସରେ ଏକ ସମାରୋହରେ ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି । କନଷ୍ଟ୍ରକ୍ସନ ବ୍ୟବସାୟରେ ଥିବା ହିମ୍ମତନଗରର ଏହି ବ୍ୟବସାୟୀ ୨୦୨୨ରେ ସନ୍ନ୍ୟାସୀ ହୋଇଯାଇଥିବା ତାଙ୍କ ୧୯ ବର୍ଷୀୟା ଝିଅ ଓ ୧୬ ବର୍ଷର ପୁଅଙ୍କ ପରେ ପରେ ନିଜେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ । ଏପ୍ରିଲ ୨୨ ତାରିଖରେ ସନ୍ନ୍ୟାସ ନେବା ପରେ ଦମ୍ପତ୍ତିଙ୍କୁ ସମସ୍ତ ପାରିବାରିକ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଏବଂ ସେମାନଙ୍କୁ କୌଣସି ‘ଭୌତିକ ବସ୍ତୁ’ ରଖିବାକୁ ଅନୁମତି ମିଳିବ ନାହିଁ। ଏହାପରେ ସେମାନେ ଖାଲି ପାଦରେ ସାରା ଭାରତରେ ଚାଲିବେ ଏବଂ କେବଳ ଭିକ୍ଷାରେ ବଞ୍ଚିବେ। ସେମାନଙ୍କ ପାଖରେ କେବଳ ଦୁଇଟି ଧଳା ପୋଷାକ, ଭିକ୍ଷା ପାଇଁ ଏକ ପାତ୍ର ଓ ଏକ ‘ରଜୋହରଣ’ ରହିବ।

    ଏହି ଦମ୍ପତ୍ତି ଅନ୍ୟ ୩୫ ଜଣଙ୍କ ସହ ମିଶି ୪ କିଲୋମିଟର ଶୋଭାଯାତ୍ରାରେ ବାହାରି ମୋବାଇଲ ଫୋନ୍ ଓ ଏୟାର କଣ୍ଡିସନର ସମେତ ସମସ୍ତ ସମ୍ପତ୍ତି ଦାନ କରିଥିଲେ। ଶୋଭାଯାତ୍ରାର ଭିଡିଓରେ ଦମ୍ପତି ରାଜା ଭଳି ପୋଷାକ ପିନ୍ଧି ରଥ ଉପରେ ବସିଥିବାର ଦେଖିବାକୁ ମିଳିଛି। ଗତ ବର୍ଷ ଗୁଜରାଟରେ ଜଣେ କୋଟିପତି ହୀରା ବ୍ୟବସାୟୀ ଓ ତାଙ୍କ ପତ୍ନୀ ତାଙ୍କ ୧୨ ବର୍ଷର ପୁଅ ସନ୍ନ୍ୟାସ ଗ୍ରହଣ କରିବାର ପାଞ୍ଚ ବର୍ଷ ପରେ ସମାନ ପଦକ୍ଷେପ ନେଇଥିଲେ। ୨୦୧୭ରେ ମଧ୍ୟପ୍ରଦେଶର ଜଣେ ଧନୀ ଦମ୍ପତ୍ତି ୧୦୦ କୋଟି ଟଙ୍କା ଦାନ କରି ନିଜର ତିନି ବର୍ଷର ଝିଅକୁ ଛାଡ଼ି ସାଧୁ ହେବା ଚର୍ଚ୍ଚାକୁ ଆସିଥିଲା। ୩୫ ବର୍ଷୀୟ ସୁମିତ ରାଠୋର ଓ ତାଙ୍କ ପତ୍ନୀ ଅନାମିକା  ନିଜ ଝିଅକୁ ତାଙ୍କ ଜେଜେମା’ଙ୍କ ନିକଟରେ ଛାଡ଼ି ଚାଲିଯାଇଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ