Wednesday, May 1, 2024
31.8 C
Odisha

    ସକାଳ ସାଢ଼େ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ୩୦ ଉପରେ ପାରା

    ଆଗକୁ ପଢନ୍ତୁ

    ରାଜ୍ୟରେ ତାତି କରୁଛି କଲବଲ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୪ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୨ଦଶମିକ ୬ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ପୁରୀରେ ୩୨ଦଶମିକ ୪, କେନ୍ଦୁଝରରେ ୩୧ଦଶମିକ ୨, ଝାରସୁଗୁଡ଼ା ଓ ଗୋପାଳପୁରରେ `୩୧ଦଶମିକ ୪, ହୀରାକୁଦରେ ୩୧ଡିଗ୍ରୀ ତାପମାତ୍ରା ରହିଛି । ପାରାଦୀପରେ ୩୦ଦଶମିକ ୮, ସମ୍ବଲପୁରରେ ୩୦ଦଶମିକ ୪ ଓ ରାଉରକେଲାରେ ୩୦ଡିଗ୍ରୀ ରହିଛି ତାପମାତ୍ରା । ସେପଟେ ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ବୃଦ୍ଧି ସମ୍ଭାବନା ରହିଛି । ୧୭ରୁ ୨୦ତାରିଖ ଭିତରେ କିଛି ଜିଲ୍ଲାରେ ତାତି ୪୩ରୁ ୪୫ଡିଗ୍ରୀ ପହଂଚିପାରେ । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁଁ ତାତି ବଢ଼ିବ । ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ରୁ ୬ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    36 %
    2.2kmh
    55 %
    Tue
    34 °
    Wed
    44 °
    Thu
    44 °
    Fri
    44 °
    Sat
    44 °

    ସମ୍ବନ୍ଧିତ