Saturday, October 17, 2026
23.3 C
Odisha

    ବାଇକ ଚଢି ଦୁର୍ବଳ ନଦୀବନ୍ଧ ବୁଲି ଦେଖିଲେ

    ଆଗକୁ ପଢନ୍ତୁ

    ଭଦ୍ରକ: ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ ବିଭିନ୍ନ ବ୍ଳକ ପରିଦର୍ଶନ କରି ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ ଜନସଭାକୁ ଉଦବୋଧନ ଦେଇଥିଲେ। ସେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ହର ପାର୍ବତୀ ପଡିଆ ଠାରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲାର ବରିଷ୍ଠ ରାଜନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସ କାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଜେନା, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଜନସଭାକୁ ଉଦବୋଧନ ଦେଇ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୈତରଣୀ ବାମ ପାର୍ଶ୍ୱ ଓ କୋଚିଲା ବାମ ଏବଂ ଦକ୍ଷିଣ ପାର୍ଶ୍ୱ ବନ୍ଧର ସଦୃଢ଼ୀକରଣ ସହିତ ବୈତରଣୀ ନଦୀରେ ଏକୀକୃତ ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏହାଛଡା ବିରିଡି ରେଳ ଧାରଣା ଠାରୁ ତିନିତର ବୈତରଣୀ ଘାଟ ପର୍ୟ୍ୟନ୍ତ ନଦୀବନ୍ଧର ପକ୍କା ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ସେ ଜନସମାବେଶକୁ ଉଦବୋଧନ ଦେଇଥିଲେ। ଏହାପରେ ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ ସହିତ ୫ଟି ଅଧ୍ୟକ୍ଷ ନଦୀବନ୍ଧରେ ଯାତ୍ରା କରିବା ସହିତ ବାଲିପୋଖରୀ, କଣ୍ଟି ଏସ୍କେପକୁ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଏସପି ବରୁଣ ଗୁଣ୍ଠୁପାଲ୍ଲୀ, ଏସଡିପିଓ ତ୍ରିଲୋଚନ ସେଠୀଙ୍କ ସମେତ ତହସିଲଦାର, ବିଡ଼ିଓ ଓ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ