Sunday, October 4, 2026
24.3 C
Odisha

    ପରଲୋକରେ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ର

    ଆଗକୁ ପଢନ୍ତୁ

    ପୁରୀ: ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫ ଦିନ ତଳେ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରୂପକଳ୍ପ ମିଶ୍ର , ପୁତ୍ରବଧୂ ଓ ପତ୍ନୀ ଉପସ୍ଥିତ ଥିଲେ।

    ହରିହର ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ର ସଂଳାପ ରଚନା କରିବା ସହ ଏଥିରେ ସହ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ସେ ଅଭିନୟ ବି କରିଥିଲେ l ବିଶ୍ବନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ତପସ୍ୟା (୧୯୮୦) ଛବିରେ ତାଙ୍କ ରଚିତ ‘ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା…ଆଜି ବି ଖୁବ୍ ଲୋକପ୍ରିୟ। ପ୍ରଫୁଲ୍ଲ କର ଥିଲେ ଏହାର ସ୍ବରକାର ଓ ଏଥିରେ ଚିତ୍ତ ଜେନା ଓ ବାଣୀ ଜୟରାମ କଣ୍ଠଦାନ କରିଥିଲେ। ସେ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ପୁରସ୍କାର ଲାଭ କରିଥିଲେ।

    ହରିହର ମିଶ୍ରଙ୍କର ପରଲୋକ ଖବର ପାଇ ଜଣାଶୁଣା ସାହିତ୍ୟିକ ତଥା ସମାଜସେବୀ ବଦ୍ରି ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ ପାଇଁ ବାସଭବନରେ ପହଞ୍ଚିଛନ୍ତି। ତାଙ୍କର ଅନ୍ତିମସଂସ୍କାର ପୁରୀ ସ୍ବର୍ଗଦ୍ବାରରେ କରାଯିବ ବୋଲି ଜଣାଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ