Sunday, May 19, 2024
28.2 C
Odisha

    ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡର କଡ଼ା ପଦକ୍ଷେପ । ପ୍ରଶ୍ନପତ୍ର ଭାଇରାଲ ହେଲେ ଦାୟୀ ରହିବେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ

    ଆଗକୁ ପଢନ୍ତୁ

    ମାଟ୍ରିକ ପରୀକ୍ଷା ତାରିଖ ପାଖଉଛି । ଶିକ୍ଷାଗତ ଜୀବନର ପ୍ରଥମ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଛାତ୍ରଛାତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷ । ଏହାରି ଭିତରେ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କଡା ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଯଦି କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଲିକ୍ ହୁଏ, ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ସେଥିପାଇଁ ଦାୟୀ ରହିବେ । ଆବଶ୍ୟକ ସ୍ଥଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ମନା । ପରୀକ୍ଷା ଚାଲିଥିବା ବେଳେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକକଙ୍କ ବ୍ୟତିତ ଅନ୍ୟ କେହି ମୋବାଇଲ ନେଇ ପ୍ରବେଶ କରିପାରିବେନାହିଁ । ସେହିଭଳି ପ୍ରଶ୍ନପତ୍ର ରହିିଥିବା ଆଲମାରୀ ଚାବି କେବଳେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ପାଖରେ ରହିବ । ଏହାସହ ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ନୀରିକ୍ଷକ ବ୍ୟବସ୍ଥା କରାଯାଇଛି । ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନୀରିକ୍ଷକ ଓ ୨୪ରୁ ୨୮ ଜଣଙ୍କ ପାଇଁ ଜଣେ ଭ୍ରାମ୍ୟମାଳ ନୀରିକ୍ଷକ ଏବଂ ୪୮ରୁ ୯୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନୀରିକ୍ଷକ ନିଯୁକ୍ତ ହେବେ । ମୂଳ ପରୀକ୍ଷକଙ୍କ ଅନୁପସ୍ଥିତିରେ ରିଲିଭିଂ ନୀରିକ୍ଷକ ପରୀକ୍ଷା ଦାୟିତ୍ୱ ତୁଲାଇବେ । କେନ୍ଦ୍ର ବାହାରେ ପୁରା ସ୍ଥିତି ଉପରେ ନଜର ରଖିବେ ଭ୍ରାମ୍ୟମାଣ ନୀରିକ୍ଷକ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ଉପସ୍ଥାନ ଉପରେ ବୋର୍ଡର ନଜର ରହିଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ, ବୋର୍ଡ ୱେବ୍ ସାଇଟ୍ରେ ଅପଲୋଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    61 %
    1.2kmh
    97 %
    Sun
    32 °
    Mon
    42 °
    Tue
    43 °
    Wed
    41 °
    Thu
    39 °

    ସମ୍ବନ୍ଧିତ