Friday, April 3, 2026
39.1 C
Odisha

    ଡାଇବେଟିସ୍‌ ପାଇଁ କିଛି ଆୟୁର୍ବେଦିକ ଟିପ୍ସ

    ଆଗକୁ ପଢନ୍ତୁ

    ଡାଇବେଟିସ୍‌ ହେଲେ ରୋଗୀ ଶରୀରରେ ଇନସୁଲିନ୍‌ ଉତ୍ପାଦନ କମ୍‌ ହୋଇଥାଏ। ତେଣୁ ରୋଗୀକୁ ମେଡିସିନ୍ କିମ୍ୱା ଇଞ୍ଜେକସନ୍‌ ଆକାରରେ ଇନସୁଲିନ୍‌ ନେବାକୁ ପଡ଼ିଥାଏ। ଏପରିକି ରୋଗୀ ଶରୀରରେ ଆବନର୍ମାଲ୍‌ ମେଟାବୋଲିଜିମ୍‌ କାର୍ବୋହାଇଡ୍ରେଟ୍‌ ବୃଦ୍ଧି ପାଇବାରୁ ସୁଗାର ବଢ଼ିଥାଏ। ତେବେ କେବଳ ମେଡିସିନ୍‌ ନୁହେଁ, ଆପଣ ଚାହିଁଲେ ଆୟୁର୍ବେଦିକ ଉପାୟରେ ମଧ୍ୟ ସୁଗାରକୁ ନିୟନ୍ତ୍ରଣ କରିପାରିବେ। ସେଥିପାଇଁ ଆସନ୍ତୁ ଜାଣିବା ଆୟୁର୍ବେଦର କିଛି ଟିପ୍ସ।

    ୧. ନିଜର ଦୈନନ୍ଦିନ ଖାଦ୍ୟରେ କଲରାକୁ ସାମିଲ କରନ୍ତୁ। କଲରାକୁ ଆପଣ ଜୁସ୍‌ ଆକାରରେ ମଧ୍ୟ ପିଇପାରିବେ। ପ୍ରତିଦିନ ୨୦ ଏମ୍‌ଏଲ୍‌ର କଲରା ଜୁସ୍‌ ପିଇଲେ ସୁଗାର ନିୟନ୍ତ୍ରଣ ହୋଇଥାଏ।

    ୨. ଡାଲଚିନି ଏକ ମସଲା ହୋଇଥିଲେ ମଧ୍ୟ ଏହା ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀ ଏହାକୁ ସାଲାଡ୍‌ କିମ୍ୱା ତରକାରୀରେ ପକାଇ ଖାଆନ୍ତୁ।

    ୩. ସେହିପରି ଡାଇବେଟିସ୍‌ ପାଇଁ ମେଥିକୁ ସୁପରଫୁଡ୍‌ ବୋଲି କୁହାଯାଏ। ରାତିରେ ଗରମ ପାଣିରେ ମେଥିକୁ ବତୁରାଇ ରଖନ୍ତୁ। ଏହାପରେ ସକାଳେ ଖାଲିପେଟରେ ସେହି ମେଥି ପାଣିକୁ ପିଅନ୍ତୁ।

    ୪. ଅଁଳା କେବଳ ଡାଇବେଟିସ୍‌ ପାଇଁ ନୁହେଁ, ତ୍ୱଚା ଓ କେଶ ପାଇଁ ମଧ୍ୟ ଭଲ। ଏହା ଶରୀରରେ ମେଟାବୋଲିଜିମ୍‌କୁ ସୁସ୍ଥ ରଖିଥାଏ। ଏଥିରେ ଥିବା କ୍ରୋମିୟମ୍‌ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଅଁଳା ଜୁସ୍‌ ପିଅନ୍ତୁ।

    ୫. ଆୟୁର୍ବେଦିକ ଗଛ ଗିଲୋଇରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ଫ୍ରି-ରାଡିକାଲ୍‌ ସହିତ ଲଢ଼େଇ କରିଥାଏ। ଡାଇବେଟିସ୍‌ ରୋଗୀ ପ୍ରତିଦିନ ଗିଲୋଇ ଖାଇଲେ, ପାନକ୍ରିୟାଜ୍‌ରେ ବିଟା ସେଲ୍‌ର ଉତ୍ପାଦନ ବୃଦ୍ଧି ହୋଇଥାଏ। ଯାହା ଯୋଗୁ ଶରୀରରେ ଇନସୁଲିନ୍‌ ଉତ୍ପାଦନ ହେବା ସହିତ ସୁଗାର ନିୟନ୍ତ୍ରିତ ରହିଥାଏ।

    ୬. ଅନ୍ୟ ଏକ ଆୟୁର୍ବେଦିକ ଟିପ୍ସ ହେଉଛି ପ୍ରତିଦିନ ତମ୍ୱା ପାତ୍ରରେ ପାଣି ପିଅନ୍ତୁ। ତମ୍ୱା ପାତ୍ରରେ ପାଣି ପିଇଲେ ଶରୀରର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

    ୭. ପ୍ରତିଦିନ ବ୍ୟାୟାମ କରିନପାରୁଛନ୍ତି ଯଦି ଡାଇବେଟିସ୍‌ ରୋଗୀ ଅତି କମ୍‌ରେ ଦିନକୁ ୩୦ ମିନିଟ୍‌ ଚାଲିବାକୁ ଚେଷ୍ଟା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ