Saturday, July 27, 2024
24.6 C
Odisha

    ସବୁବେଳେ ମୁଣ୍ଡ ବିନ୍ଧୁଛି କି? ଜାଣନ୍ତୁ, ଏହା ପଛରେ କାରଣ କ’ଣ

    ଆଗକୁ ପଢନ୍ତୁ

    ମୁଣ୍ଡରେ ଆଘାତ କିମ୍ବା ତ୍ରୁଟି ଦେଖା ଦେଲେ ଶରୀରର ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ଆମେ ଏହା କହି ପାରିବା ଯେ, ଯଦି ମଣିଷର ମୁଣ୍ଡ କାମ ନ କରେ ତେବେ ମଣିଷର ଅନ୍ୟ କୌଣସି ଅଙ୍ଗ କାମ କରିବ ନାହିଁ । ଆମ ଶରୀରରେ ସବୁଠାରୁ ଅଧିକ କାମ ମୁଣ୍ଡ ହିଁ କରିଥାଏ । ସେହିପରି ବିଚାର, ସମବେଦନା, ସ୍ମରଣ କରିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାମ ମୁଣ୍ଡ ହିଁ କରିଥାଏ । ଏଣୁ ମୁଣ୍ଡକୁ ସୁସ୍ଥ ଓ ସୁରକ୍ଷିତ ରଖିବା ସବୁଠୁ ଜରୁରୀ ଅଟେ । ବେଳେ ବେଳେ ଆମ ସମସ୍ତଙ୍କର ମୁଣ୍ଡବଥା ବା ବିନ୍ଧା ହୋଇଥାଏ । ଆମେ କୁହନ୍ତି, ଏକ କାମରେ ମୁଣ୍ଡ ଅଧିକ ନିୟୋଜିତ ହେବାରୁ ମୁଣ୍ଡ ବିନ୍ଧା ହୋଇଥାଏ । ସେହିପରି ଆମକୁ ଥଣ୍ଡା ହୋଇଥିବା ବେଳେ ଆମ ମୁଣ୍ଡ ବିନ୍ଧିଲେ ଆମେ ଥଣ୍ଡାରୁ ମୁଣ୍ଡ ବିନ୍ଧିଥାଏ ବୋଲି କହିଥା’ନ୍ତି । କିନ୍ତୁ ଜଣ ଜଣଙ୍କର ମୁଣ୍ଡବଥା ବା ମୁଣ୍ଡବିନ୍ଧା ପ୍ରାୟ ସମୟ ହୋଇଥାଏ । ତେବେ ଏପରି ହେବାର କାରଣ ଆପଣଙ୍କୁ ଜଣା ଅଛି ମାତ୍ର ଆପଣ ଏହାକୁ ଅଣଦେଖା କରିଥାନ୍ତି । ଆଉ ଯେଉଁ କାରଣରୁ ଆମ ମୁଣ୍ଡ ପ୍ରାୟ ସମୟ ବିନ୍ଧି ଥାଏ । ସାଧାରଣତଃ ଏହାର ସ୍ଥାୟୀ ସମାଧାନ ନକରି ଆମେ ମେଥୋ ପ୍ଲସ ବ୍ୟବହାର କରି ଏହାକୁ ଉପଶମ ଦେବାକୁ ଚେଷ୍ଟା କରିଥାନ୍ତି ।

    ଏହି ସବୁ କାରଣ ପାଇଁ ମୁଣ୍ଡ ବିନ୍ଧେ:-
    ସକାଳୁ ଜଳଖିଆ ନ ଖାଇବା; ଓଜନ ହ୍ରାସ କରିବା ଆଶାରେ କିଛି ଜଣ ସକାଳୁ ଜଳଖିଆ ଖାଇନଥାନ୍ତି । ସେହିପରି କିଛି ଜଣ ସକାଳୁ ବିଳମ୍ବରେ ଉଠିବା ନଚେତ କାମର ଚାପ ଯୋଗୁଁ ଜଳଖିଆ ଖାଇନଥାନ୍ତି । ଯାହା ଫଳରେ ଆମ ମସ୍ତିଷ୍କକୁ ପୋଷକ ତତ୍ୱ ମିଳିନଥାଏ । ଯାହା ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ ।

    ମୁଣ୍ଡ ଢାଙ୍କି ଶୋଇବା; ଆମେ ସମସ୍ତେ ଜାଣିଛନ୍ତି ଆମ ଶରୀରକୁ ଅମ୍ଳଜାନ ସଠିକ ପରିମାଣରେ ଆବଶ୍ୟକ ହୋଇଥାଏ । ଆଉ ଏହି ଅମ୍ଳଜାନ ଆମେ ଆମ ମୁକ୍ତ ପରିବେଶରୁ ହିଁ ପାଇଥା’ନ୍ତି । କିନ୍ତୁ କିଛି ଜଣଙ୍କର ମୁଣ୍ଡ ଢାଙ୍କି ଶୋଇବାରେ ଅଭ୍ୟାସ ଥାଏ । ଯାହା ଫଳରେ ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ । ଏହା ଯୋଗୁଁ ମସ୍ତିଷ୍କର କୋଷିକା ପ୍ରଭାବିତ ହୋଇଥାଏ ।

    ପାଣି କମ୍ ପିଇବା; ଆମ ଶରୀରରେ ପାଣି ପ୍ରଚୁର ପରିମାଣରେ ଦରକାର । ସେହିପରି କୌଣସି ପ୍ରସଙ୍ଗରେ ଶୀଘ୍ର ଚିନ୍ତା କରିବା ଓ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମସ୍ତିଷ୍କକୁ ପାଣିର ଆବଶ୍ୟକ ହୋଇଥାଏ । ଆମେ ପାଣି କମ୍ ପିଇବାରୁ ଏହା ଉପରେ ପ୍ରଭାବ ପଡିଥାଏ ।

    ରାତି ଅନିଦ୍ରା ହେବା/ଅଳ୍ପ ସମୟ ଶୋଇବା; ଆମେ ସମସ୍ତେ ଜାଣିଛନ୍ତି ଯେ, ଆମ ମୁଣ୍ଡ ଦିନ ସାରା କାମ କରି ରାତିରେ ଟିକେ ବିଶ୍ରାମ ନେଇଥାଏ । ଏହାର ଅର୍ଥ ନୁହେଁ ଯେ, ଆମର ମୁଣ୍ଡ ଶୋଇବା ବେଳେ କାମ କରିନଥାଏ । ମୁଣ୍ଡ ଶୋଇବା ବେଳେ ବି କାମ କରିଥାଏ । ହେଲେ ଶୋଇବା ସମୟରେ ଆମ ମୁଣ୍ଡ ଟିକେ ବିଶ୍ରାମ ନେଇଥାଏ । କିନ୍ତୁ ଆମେ ତାକୁ ବିଶ୍ରାମ ଦେବା ବଦଳରେ ଅନ୍ୟ କାମରେ ଅଧିକ ନିୟୋଜିତ କରାଇଥାନ୍ତି । ଯାହା ମୁଣ୍ଡରେ ଉପରେ ବିଶେଷ ପ୍ରଭାବ ପକାଇ ମୁଣ୍ଡବଥା କରାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ