Sunday, October 4, 2026
28.6 C
Odisha

    ଥଣ୍ଡା, ଜ୍ୱରରୁ ଶୀଘ୍ର ସୁସ୍ଥ ହେବେ କେମିତି ?

    ଆଗକୁ ପଢନ୍ତୁ

    ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ମଧ୍ୟ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୫ଟି ସରଳ ଉପାୟ ଅଛି ଯାହା ଶୀଘ୍ର ଜ୍ୱର, ଥଣ୍ଡା ଭଲ କରିବାରେ ସହାୟକ ହୋଇଥାଏ ।
    ଥଣ୍ଡା, ଜ୍ୱର
    ୫ ସୂତ୍ରୀ ସରଳ ଚିକିତ୍ସା
    ୧. ରୋଗୀଙ୍କୁ ଉପଯୁକ୍ତ ବିଶ୍ରାମ ଦରକାର
    ଏହାଦ୍ୱାରା ଆମ ଶରୀରର ପ୍ରାକୃତିକ ଭାବେ ମରାମତି ଏବଂ ପୁନରୁଦ୍ଧାର ହୋଇଥାଏ
    ଅସୁସ୍ଥତା ସମୟରେ ବିଶ୍ରମ ନେବା ଦ୍ୱାରା ଶରୀର ସର୍ବନିମ୍ନ ଶକ୍ତି ବ୍ୟବହାର କରିଥାଏ

    ୨.ଆବଶ୍ୟକତା ଅନୁସାରେ ପାଣି ପିଇବା
    ପ୍ରତିଦିନକୁ ୬ରୁ ୭ ଲିଟର ପାଣି ପିଇବା ଦ୍ୱାରା ଶରୀର ଏବଂ ମାଂଶପେଶୀ ଯନ୍ତ୍ରଣା ହୋଇନଥାଏ

    ୩.ଉଷୁମ ପାଣିରେ ଗାଧୋଇବା
    ଏହା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ଚାପ କମିଯାଇଥାଏ
    ରକ୍ତ ସଂଚାଳନ ବଢାଇବା ସହ ଆପଣଙ୍କୁ ଅଧିକ ଆରାମଦାୟକ ଏବଂ ସତେଜ ଅନୁଭବ କରାଇଥାଏ

    ୪.ବାଷ୍ପ ନିଶ୍ୱାସ, ଗାର୍ଗଲିଂ କରିବା
    ଉଷୁମ ପାଣି ନିଶ୍ୱାସ ନେଲେ ଶରୀରର ଛାତିଜନିତ ସମସ୍ୟା ଦୂର ହୋଇଥାଏ
    ଉଷୁମ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ଗଳା ପ୍ରଦାହ କମିଥାଏ

    ୫.ସଫା, ସୁତରା ରହିବା
    ଏହାଦ୍ୱାରା ଅନ୍ୟ କୌଣସି ଭୂତାଣୁ ଆପଣଙ୍କୁ ସ୍ରଂକମିତ କରିନଥାଏ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ