Saturday, July 27, 2024
24.8 C
Odisha

    ପୁଣି ତାତି ଫେରିବ: ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ ହେବ, ମେ’୨୫ରେ ଲଘୁଚାପ ସୃଷ୍ଟି ହେବା ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟକୁ ପୁଣି ତାତି ଫେରିବ। ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାରଠାରୁ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୮ ତାରିଖରୁ ରାଜ୍ୟବାସୀ ପୁଣି ଗରମରେ ଛଟପଟ ହେବେ । ଉଭୟ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ, ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବାୟୁମଣ୍ଡଳରୁ ନିମ୍ନ ଭାଗରେ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି । ତେବେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ହିଟୱେଭ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।ମେ’ ୧୬ରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରେ ଗ୍ରୀଷ୍ମ ଲହରୀ ଦେଖାଦେଇପାରେ । ସେହିପରି ୧୯ ତାରିଖରେ ନୂଆପଡ଼ା, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛିଦିନ ଧରି ରାଜ୍ୟରେ ସାମାନ୍ୟ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ଜନସାଧାରଣ ଅସହ୍ୟ ଗରମରୁ ରକ୍ଷା ପାଇପାରିଥିଲେ ।ସେହିପରି ରାଜ୍ୟରେ ଆସନ୍ତା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି । ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ ବୋଲି ଜଣାପଡ଼ିଛି । ଗୁରୁବାର ରାଜ୍ୟର ୧୩ଟି ଜିଲ୍ଲା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।

    ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଚଳିତମାସ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜ ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପରେ ଏହା କେବେ ଓଡ଼ିଶାକୁ ଛୁଇଁବ ସେ ନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।

    ଗତବର୍ଷ ଏହି ସମୟରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରକୁ ଅଗ୍ରସର ହୋଇଥିଲା । କିନ୍ତୁ ଏହା କେରଳ ଉପକୂଳ ଛୁଇଁବା ପାଇଁ ୭ ଦିନ ବିଳମ୍ବ ହୋଇଥିଲା । ସେହିପରି ମୌସୁମୀ ବାୟୁ ଓଡ଼ିଶାକୁ ପାଖାପାଖି ୧୦ ଦିନ ବିଳମ୍ବରେ ଛୁଇଁଥିଲା । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଚାରିଦିନ ପରେ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିବ । ଏହି ସମୟରେ ତାତିର ପ୍ରକୋପ ବୃଦ୍ଧି ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ