Sunday, October 4, 2026
24.3 C
Odisha

    ବେଙ୍ଗାଲୁରୁରେ ପ୍ରବଳ ବର୍ଷା, ବିଭିନ୍ନ ଅଞ୍ଚଳ ଜଳବନ୍ଦି: କୋଠା ଭୁଶୁଡ଼ି ୩ ମୃତ, ୧୭ ଫସିଛନ୍ତି

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଖରାପ ପାଗ ଓ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସହରରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୫ଟି ଟିମ୍ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ସହରର ପୂର୍ବ ଭାଗରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଭଗ୍ନସ୍ତୂପ ତଳେ ଚାପି ହୋଇ ରହିଛନ୍ତି। ଉଦ୍ଧାର ଅଭିଯାନ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି।

    ବେଙ୍ଗାଲୁରୁର ପୂର୍ବ ଭାଗରେ ଥିବା ହୋରମାଭୁ ଅଞ୍ଚଳରେ ଏକ ବିଶାଳ କୋଠା ସକାଳେ ଭୁଶୁଡ଼ି ପଡ଼ିଥିବା ବେଳେ ସନ୍ଧ୍ୟା ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ଅଭିଯାନରେ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ବିଭାଗର ଦୁଇଟି ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ୟେଲାହାଙ୍କା ଏବଂ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଉତ୍ତର ବେଙ୍ଗାଲୁରୁ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଛି। ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ପ୍ରଭାବିତ ଅଂଚଳରୁ ବାହାର କରାଯାଉଛି। ପାଗ ଅତ୍ୟନ୍ତ ଖରାପ ଥିବାରୁ ଅନେକ ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ଟ୍ରେନ୍ ଏବଂ ବସ୍ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତଳିଆ ଅଂଚଳରେ ଶତାଧିକ ଘରେ ପାଣି ପଶିଥିବାରୁ ଲୋକକୁ ସ୍ଥାନାନ୍ତର ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ