Saturday, September 12, 2026
24 C
Odisha

    ସାମ୍ନାକୁ ଆସିଲା ଟ୍ରେନି ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ: ଶରୀରରେ ଥିଲା ୧୪ରୁ ଅଧିକ ଆଘାତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନି ଡାକ୍ତର ମାମଲାରେ ଶରୀର ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଦ୍ୱାରା ମିଳିଥିବା ଶରୀର ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ପୀଡିତାଙ୍କ ମୁଣ୍ଡ, ମୁହଁ, ବେକ, ବାହୁ ଏବଂ ଯୌନାଙ୍ଗରେ ୧୪ରୁ ଅଧିକ ସ୍ଥାନରେ ଆଘାତ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ହତ୍ୟା ହେତୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।
    ଏହି ରିପୋର୍ଟରେ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି।

    କୋଲକାତାର ଆର.ଜି. କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡାକ୍ତରଙ୍କ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟର ପୁଲିସ୍ ବାହିନୀଙ୍କୁ ‘ପ୍ରତି ଦୁଇ ଘଣ୍ଟାରେ’ ପରିସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

    ରାଜ୍ୟ ପୋଲିସ ବାହିନୀକୁ ପଠାଯାଇଥିବା ବାର୍ତ୍ତାରେ ଗୃହ ମନ୍ତ୍ରଣାଳୟ କହିଛି ଯେ ବିରୋଧକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବା ଉଚିତ୍। ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ