Thursday, April 2, 2026
26 C
Odisha

    ଆମ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି : ହିଜବୁଲ୍ଲା

    ଆଗକୁ ପଢନ୍ତୁ

    ବେରୁତ : ସେପ୍ଟେମ୍ବର ୧୭ ଓ ୧୮ ରେ ଲେବାନନରେ ପେଜର ଏବଂ ୱାକି-ଟକି ବୋମା ବିସ୍ଫୋରଣ ପରେ ହିଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲା ପ୍ରଥମ ଥର ପାଇଁ ସାର୍ବଜନୀନ ମନ୍ତବ୍ୟ ଦେଇଛନ୍ତି । ସେ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିବା ସହ ଏହା ପଛରେ ଇସ୍ରାଏଲ ସେନାର ହାତ ଥିବା ଅଭିଯୋଗ କରିଛନ୍ତି। ଶତ୍ରୁ ପ୍ରକୃତରେ ସବୁ ସୀମା ଅତିକ୍ରମ କରିଛି ବୋଲି ନସରଲ୍ଲା କହିଛନ୍ତି।ରୋଚକ କଥା ହେଉଛି ସେ ଏହାକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି କହିଛନ୍ତି ଓ ଏହାର ପ୍ରତିଶୋଧ ନେବା କଥା କହିଛନ୍ତି । ରୋଚକ ଏଥିପାଇଁ ଯେ ହିଜବୁଲ୍ଲାକୁ ୟୁରୋପୀୟ ସଂଘ ଓ ଆମେରିକା ପକ୍ଷରୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛନ୍ତି ।

    ସେ କହିଛନ୍ତି ଯେ, ଡାକ୍ତରଖାନା, ଔଷଧ ଦୋକାନ, ଡାକ୍ତରଖାନା, ବଜାର, ଦୋକାନ, ଘର, କାରକୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିଲା, ଯେଉଁଥିରେ ଅନେକ ସାଧାରଣ ନାଗରିକଙ୍କ ସହ ମହିଳା ଓ ଶିଶୁ ମାନେ ଥିଲେ। ମାରାତ୍ମକ ବିସ୍ଫୋରଣ ଭିନ୍ନ, ପାଖାପାଖି ୪ ହଜାର ପେଜରକୁ ଟାର୍ଗେଟ କରାଯାଇଥିଲା ଏବଂ ବିସ୍ଫୋରଣର ଉଦ୍ଦେଶ୍ୟ ଥିଲା ଗୋଟିଏ ମୁହୂର୍ତ୍ତରେ ୪,୦୦୦ ଲୋକଙ୍କ ଜୀବନ ନେବା। ଏହା ଅପରାଧର ସବୁ ସୀମା ବାହାରେ ବୋଲି ନସରଲ୍ଲା କହିଛନ୍ତି। ଏଭଳି ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଆମେ କ’ଣ କହିବୁ? ଏହା ଏକ ବଡ଼ ଅପରେସନ୍ କି? ଏହା କ’ଣ ଗଣହତ୍ୟା ନୁହେଁ କି?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ