Friday, October 2, 2026
22.2 C
Odisha

    ରୌପ୍ୟ ପଦକ ଆଶା: ଭିନେଶଙ୍କୁ ୩ ପ୍ରଶ୍ନ ପଚାରିଲେ ସିଏଏସ୍

    ଆଗକୁ ପଢନ୍ତୁ

    ପ୍ୟାରିସ୍: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମୟରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ପ୍ରସଙ୍ଗରେ ଭିନେଶ କୋର୍ଟ ଅଫ୍ ଆବ୍ରିଟେସନ (ସିଏଏସ୍)ରେ ଆବେଦନ କରିଥିଲେ। କିନ୍ତୁ ସିଏଏସ୍ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ତିନୋଟି ପ୍ରଶ୍ନର ଉତ୍ତର ଦେବାକୁ ସିଏଏସ୍ ଭିନେଶଙ୍କୁ କହିଛି। ଫଳରେ ରୌପ୍ୟ ପଦକ ବିଚାର ବର୍ତ୍ତମାନ ଭିନେଶଙ୍କ ପ୍ରଶ୍ନର ଉତ୍ତର ଉପ‌ରେ ନିର୍ଭର କରୁଛି। ଭିନେଶ ରୌପ୍ୟ ପଦକ ପାଇଁ ଦାବି କରିଛନ୍ତି।

    ସିଏଏସ୍ ବିଚାରପତି ଭିନେଶଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି। ତାଙ୍କୁ ଇମେଲ ମାଧ୍ୟମରେ ଏହାର ଉତ୍ତର ଦେବାକୁ ପଡିବ। ଭିନେଶଙ୍କୁ ସିଏଏସ୍‌ର ପ୍ରଥମ ପ୍ରଶ୍ନ ହେଉଛି, ଆପଣ ନିୟମ ବିଷୟରେ ଜାଣିଥିଲେ କି ଆପଣଙ୍କୁ ପରଦିନ ମଧ୍ୟ ଓଜନ ଯାଞ୍ଚ୍ କରିବାକୁ ପଡିବ?” ଦ୍ୱିତୀୟ ପ୍ରଶ୍ନ ରୌପ୍ୟ ପଦକ ସହିତ ଜଡିତ । ଭିନେଶଙ୍କୁ ପଚରାଯାଇଛି, କ୍ୟୁବା କୁସ୍ତିଯୋଦ୍ଧା ଆପଣଙ୍କ ସହ ରୌପ୍ୟ ପଦକ ବାଣ୍ଟିବେ କି? ତୃତୀୟ ପ୍ରଶ୍ନ ହେଉଛି ଆପଣ ଏହି ଆବେଦନର ନିଷ୍ପତ୍ତି ସର୍ବସାଧାରଣ ଘୋଷଣା ମାଧ୍ୟମରେ ଅବା ଗୋପନୀୟ ଭାବରେ ଜାଣିବାକୁ ଚାହୁଁଛନ୍ତି ?

    ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ଭିନେଶ ଫୋଗେଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଏହି କାରଣରୁ ଭିନେଶଙ୍କୁ ଅଯୋଗ୍ୟ କରାଯାଇଥିଲା। ଓଜନ ହ୍ରାସ କରିବାକୁ ଭିନେଶ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିଥିଲେ। କିନ୍ତୁ ସେ ସଫଳତା ପାଇଲେ ନାହିଁ। ବର୍ତ୍ତମାନ ମାମଲା ସିଏଏସ୍‌ରେ ଅଛି। ଭିନେଶଙ୍କ ସହିତ ପ୍ରଶଂସକମାନେ ମଧ୍ୟ ସିଏଏସ୍‌ର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ମୋଟ ୬ଟି ପଦକ ଜିତିଛି। ସେଥିମଧ୍ୟରେ ୫ଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ପଦକ ଅଛି। ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ସୁଟିଂରେ ଦେଶ ତିନୋଟି ବ୍ରୋଞ୍ଜ ପଦକ ପାଇଛି। କୁସ୍ତିରୁ ମଧ୍ୟ ଏକ ପଦକ ଆସିଛି। ଅମାନ ସେହରାୱତ ବ୍ରୋଞ୍ଜ ଜିତିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ