Sunday, October 4, 2026
21.8 C
Odisha

    ପତ୍ନୀଙ୍କୁ ଗଳାକାଟି ହତ୍ୟା କଲା ସ୍ବାମୀ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ:ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ।ଏହି ଭୟଙ୍କର କାହାଣୀଟି ଏକ ପ୍ରେମ ବିବାହରୁ ଆରମ୍ଭ ହୋଇଥିଲା। ଦାମ୍ପତ୍ୟ ଜୀବନରେ ସନ୍ଦେହ ଏବଂ କଳହ ଲାଗି ରହିଥିଲା। ପ୍ରେମର ଆରମ୍ଭ କ’ଣ ଏତେ ଭୟଙ୍କର ଶେଷ ଆଡ଼କୁ ନେଇଯାଇପାରେ? ମହେନ୍ଦ୍ର ଏବଂ ସ୍ୱାତୀ ୨୦ ଜାନୁଆରି ୨୦୨୪ରେ କୁକଟପାଲିର ଆର୍ଯ୍ୟ ସମାଜରେ ପ୍ରେମ ବିବାହ କରିଥିଲେ।ଗାଁର ବୟୋଜ୍ୟେଷ୍ଠ ଲୋକମାନେ ଏକ ପଞ୍ଚାୟତ କରି ମାମଲାର ସମାଧାନ କରିଥିଲେ। କିନ୍ତୁ ମହେନ୍ଦ୍ରଙ୍କ ମନରେ ସନ୍ଦେହ ବସା ବାନ୍ଧିଥିଲା। ସେ ସ୍ୱାତୀଙ୍କ ଚାକିରିକୁ ବିରୋଧ କଲେ ଏବଂ ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କଲେ। ମାର୍ଚ୍ଚ ୨୦୨୫ରେ ସ୍ୱାତୀ ପାଞ୍ଚ ମାସର ଗର୍ଭବତୀ ଥିଲେ। କିନ୍ତୁ ଘରେ ଝଗଡ଼ା ବନ୍ଦ ହେଉ ନଥିଲା।

    ୨୨ ଅଗଷ୍ଟ ୨୦୨୫ରେ ସ୍ୱାତୀ ତାଙ୍କ ବାପାମାଆଙ୍କ ଘରକୁ ଯିବାକୁ କହିଥିଲେ। ଯାହାକୁ ମହେନ୍ଦ୍ର ମନା କରିଥିଲେ। କ୍ରୋଧରେ ସେ ଏକ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ସେ ଏକ ଛୁରୀ କିଣି ୨୩ ଅଗଷ୍ଟରେ ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ, ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ଏହାପରେ ପ୍ରଥାପାସିଙ୍ଗାରାମ ଗାଁ ନିକଟ ମୁସି ନଦୀରେ ମୁଣ୍ଡ, ହାତ ଏବଂ ଗୋଡ଼ ଫିଙ୍ଗି ଦେଇଥିଲେ। ସ୍ବାତୀଙ୍କ ଅବଶିଷ୍ଟ ମୃତଦେହ ଘରେ ରଖିଥିଲେ।

    ରାଚାକୋଣ୍ଡା ପୁଲିସ କମିସନର ଜି. ସୁଧୀର ବାବୁ ଏବଂ ଡିସିପି ମାଲକାଜଗିରି ଜୋନ୍ ପି.ଭି. ପଦ୍ମଜାଙ୍କ ନେତୃତ୍ୱରେ ମେଡିପାଲି ପୁଲିସ ଅଭିଯୋଗ କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଇନ୍ସପେକ୍ଟର ଆର. ଗୋବିନ୍ଦ ରେଡ୍ଡୀ ଏବଂ ଏସଆଇ ଏ. ନରସିଂ ରାଓଙ୍କ ଦଳ ମହେନ୍ଦ୍ରଙ୍କୁ ଗିରଫ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ