Sunday, April 13, 2025
39.2 C
Odisha

    ୨୦୨୫ ହେବ ସବୁଠୁ ଉତ୍ତପ୍ତ ବର୍ଷ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ଆକାଶରୁ ବର୍ଷୁଛି ନିଆଁ ହୁଳା । ଦିନ ୧୧ଟା ବେଳୁ ଏତେ ଖରା ହେଉଛି ଯେ ମଣିଷ ସହିପାରୁନି । ଅସହ୍ୟ ତାତି ଆଉ ଟାଇଁ ଟାଇଁ ଖରା ଭିତରେ ସୂର୍ୟ୍ୟ ଟିକେ ମୁଣ୍ଡ ଉପରକୁ ଗଲାବେଳକୁ ମାନେ ଦିନ ୧୨ଟା କିମ୍ବା ଗୋଟାଏ ବେଳକୁ ଅବସ୍ଥା ପୂରା ସାଙ୍ଘାତିକ । ତତଲା ତାୱାରେ ଫୁଟୁଛି ଗାଁ ଓ ସହର । କୁହାଯାଉଛି ଗ୍ରୀଷ୍ମ ଋତୁରେ ଏଥର ରେକର୍ଡ ଭାଙ୍ଗିବ ତାତି । କାରଣ ଏପ୍ରିଲ ପହିଲାରୁ ଯଦି ମେ’ ମାସ ଭଳି ଖରା ହେଲାଣି ତାହାଲେ ମେ’ ମାସ ବେଳକୁ ଖରା କେମିତି ହେଉଥିବ ତାହାର ଅନୁମାନ କରନ୍ତୁ । ଉତ୍ତର ଏବଂ ପଶ୍ଚିମ ଭାରତରେ ତାତି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏବେଠୁ ଏତିକି ହେଲାଣି ଆଗକୁ କେତେ ହେବ ସେନେଇ ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବା ବେଳେ ୧୯୦୧ ମସିହା ପରେ ୨୦୨୪ ଥିଲା ସବୁଠୁ ଉତ୍ତପ୍ତ ମସିହା । ମାତ୍ର ୨୦୨୪ ଅପେକ୍ଷା ୨୦୨୫ ତାତିର ସବୁ ରେକର୍ଡ କାଟି ତତଲା ବର୍ଷ ବା ଉତ୍ତପ୍ତ ମସିହା ହେବ ବୋଲି ଆକଳନ କରାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗରମ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ବାହାରକୁ ଯିବା ମୁସ୍କିଲ ହୋଇପଡୁଥିବା ବେଳେ ସତର୍କ ସୂଚନା ଜାରି କରୁଛନ୍ତି ପାଣିପାଗୀ ବିଜ୍ଞାନୀମାନେ । ଏପ୍ରିଲର ମୁଣ୍ଡଫଟା ଖରା ଦେଖି ଆଗାମୀ ମାସର ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଏବେଠୁ ଆକଳନ କରାଗଲାଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.2 ° C
    39.2 °
    39.2 °
    14 %
    3.3kmh
    28 %
    Sun
    35 °
    Mon
    40 °
    Tue
    38 °
    Wed
    38 °
    Thu
    39 °

    ସମ୍ବନ୍ଧିତ