Tuesday, March 17, 2026
23.4 C
Odisha

    କିଭଳି ବଦଳିଛି ଓଡ଼ିଶା ଅର୍ଥନୀତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦେଶର ପ୍ରାୟ ଅଧା ଖଣିଜ ପଦାର୍ଥ ଓଡ଼ିଶାରେ ଉତ୍ପାଦନ ହେଉଛି। ୨୦୧୯-୨୦ରେ ୪୩ ପ୍ରତିଶତ ଖଣିଜ ପଦାର୍ଥ ରାଜ୍ୟରୁ ଉତ୍ପାଦନ ହୋଇଥିଲା। ଇଣ୍ଡିଆ ରେଟିଂସ୍‌ର ଏକ ରିପୋର୍ଟ ଅନୁସାରେ ୨୦୨୨ ସୁଦ୍ଧା ଶେଷ ହୋଇଥିବା ଛଅଟି ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ଦ୍ବିଗୁଣିତ ହୋଇଛି। କେବଳ ମଧ୍ୟପ୍ରଦେଶ ଓ ଓଡ଼ିଶା ଏହି ସଫଳତା ହାସଲ କରିଥିଲେ। ୨୦୧୨-୧୩ରେ ରାଜ୍ୟର ‌ମୁଣ୍ଡପିଛା ଆୟ ୪୯,୨୨୭ ଟଙ୍କା ଥିଲା। ୨୦୨୨-୨୩ ସୁଦ୍ଧା ତାହା ତିନି ଗୁଣା ବୃଦ୍ଧି ପାଇ ୧.୫୧ ଲକ୍ଷ ଟଙ୍କା ହୋଇଛି। ବାର୍ଷିକ ୧୧.୮୪ ପ୍ରତିଶତ ହାରରେ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ନିତି ଆୟୋଗର ଏକ ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ୬୨ ଲକ୍ଷରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି।.

    ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ହୋଇରହିଛି। ଏଭଳି ସ୍ଥିତିରେ ଥିବା ଏହି ରାଜ୍ୟକୁ ଆହୁରି ଉପରକୁ ନେଇ ପୂର୍ବ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାର ସୁଯୋଗ ନୂଆ ସରକାରଙ୍କ ପାଖରେ ରହିିଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଥିବା ବିଜେପି ସରକାର ଓଡ଼ିଶାକୁ ଏକ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ କରିପାରିବେ। ଖଣିଜ କ୍ଷେତ୍ରରୁ କିଭଳି ଅଧିକ ରାଜସ୍ବ ଆସିପାରିବ ଏବଂ ଖଣି ନିଲାମରେ ଆହୁରି ସଫଳତା ମିଳିପାରିବ ତାହା ଉପରେ ନୂଆ ସରକାର ଧ୍ୟାନ ଦେଇପାରିବେ। ଗତ କିଛି ବର୍ଷ ହେଲାଣି ଓଡ଼ିଶାର ବାର୍ଷିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହୁଛି। ସେହି ଧାରାକୁ ବଜାୟ ରଖିବା ଏବଂ ସେଥିରେ ଉନ୍ନତି ଆଣିବାକୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    43 %
    1.4kmh
    100 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ