Friday, September 20, 2024
25.1 C
Odisha

    କେତେ ନିରାପଦ କୃତ୍ରିମ ଶର୍କରା

    ଆଗକୁ ପଢନ୍ତୁ

    ଆଜିକାଲି ଚିନିର ବିକଳ୍ପ ଭାବେ କୃତ୍ରିମ ଶର୍କରା ବା ଆର୍ଟିଫିସିଆଲ୍‌ ସ୍ବିଟ୍‌ନର୍‌ଗୁଡ଼ିକର ଚାହିଦା ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନେ ନିଜର ଶରୀର ଓଜନ ପ୍ରତି ସଚେତନ ରହିଥା’ନ୍ତି, ସେମାନେ କ୍ୟାଲୋରି ଗ୍ରହଣ ମାତ୍ରା କମାଇବା ପାଇଁ କୃତ୍ରିମ ଶର୍କରାକୁ ଆପଣେଇଥା’ନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଏହି ସ୍ବିଟ୍‌ନର୍‌ଗୁଡ଼ିକ ମାନବ ସ୍ବାସ୍ଥ୍ୟ ପ୍ରତି କେତେ‌ ନିରାପଦ, ତାହା ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାନ୍ତି। ଏପରିକି ଏହି ବିକଳ୍ପ-ଚିନି ପଦାର୍ଥଗୁଡ଼ିକ ହୃଦ୍‌ଘାତ ଓ ମସ୍ତିଷ୍କଘାତ ସମେତ ବିବିଧ ଆଶଙ୍କା ବଢ଼ାଇଥାଏ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।
    ସେଭଳି କିଛି କ୍ଷତିକାରକ ସ୍ବିଟ୍‌ନର୍‌ ଓ କେତେକ ନିରାପଦ ଚିନି-ବିକଳ୍ପ ବାବଦରେ ଆଲୋଚନା କରିବା। କୃତ୍ରିମ ଶର୍କରା ମଧ୍ୟରେ ଏରିଥ୍ରିଟୋଲ୍‌ ହେଉଛି ଏକ ପ୍ରକାର ସୁଗାର୍‌ ଆଲ୍‌କୋହୋଲ୍‌ ଯାହାକୁ ବିଭିନ୍ନ ଖାଦ୍ୟ ପଦାର୍ଥରେ ନିମ୍ନ କ୍ୟାଲୋରିଯୁକ୍ତ ସ୍ବିଟ୍‌ନର୍‌ ଭାବେ ବ୍ୟବହାର କରାଯାଏ। ସେହିପରି ଆସ୍ପାର୍ଟେମ୍ ହେଉଛି ଅନ୍ୟତମ ବହୁଳ ବ୍ୟବହୃତ କୃତ୍ରିମ ଶର୍କରା ଯାହାକୁ ବିଭିନ୍ନ ପ୍ରକାର ସୋଡ଼ା ପାନୀୟ ଓ ନିମ୍ନ କ୍ୟାଲୋରିଯୁକ୍ତ ଖାଦ୍ୟ ଉତ୍ପାଦରେ ମିଶାଯାଇଥାଏ। ଏଥି ସହିତ ବିଭିନ୍ନ ପ୍ରକାର ଚିନି-ରହିତ ପ୍ୟାକେଟ୍‌ ଖାଦ୍ୟ ଓ ପାନୀୟରେ ସୁକ୍ରାଲେଜ୍ ଓ ଆଲେସଲ୍‌ଫେମ୍ ପୋଟାସିଅମ୍ ପରି କୃତ୍ରିମ ଶର୍କରାର ଉପସ୍ଥିତି ଅତି ସାଧାରଣ କଥା।
    ତେବେ ଏହି କୃତ୍ରିମ ସ୍ବିଟ୍‌ନର୍‌ଗୁଡ଼ିକ ସହ ହୃଦ୍‌ରୋଗ ଜଡ଼ିତ ବୋଲି ଜାଣିବାକୁ ମିଳିଛି। କାହିଁକି ଓ କିପରି ଏଗୁଡ଼ିକ ହୃଦ୍‌ରୋଗ ଆଶଙ୍କା ବଢ଼ାନ୍ତି, ତାହା ସ୍ପଷ୍ଟ ହୋଇନାହିଁ, ତେବେ ସେଗୁଡ଼ିକର କୁପ୍ରଭାବ ସମ୍ପର୍କରେ ବିଶେଷଜ୍ଞମାନେ ନିଶ୍ଚିତ ହେବା ସହ କିଛି ସମ୍ଭାବ୍ୟ କାରଣ ମଧ୍ୟ ଅନୁମାନ କରିଛନ୍ତି। ଏହି କୃତ୍ରିମ ସ୍ବିଟ୍‌ନର୍‌ଗୁଡ଼ିକ ଶରୀରରେ ପ୍ରଦାହ ସୃଷ୍ଟିକାରୀ ଅଣୁ ବା ଇନ୍‌ଫ୍ଲାମାଟୋରି ରାଡିକାଲ୍‌ସର ସୃଷ୍ଟିକୁ ପ୍ରୋତ୍ସାହିତ କରିଥା’ନ୍ତି। ଏହି ରାଡିକାଲ୍‌ଗୁଡ଼ିକ ଶରୀରରେ ପ୍ରଦାହ ଓ ଅକ୍ସିଡେଟିଭ୍ ଚାପ ବଢ଼ାଇ ହୃଦ୍‌ରୋଗ ପାଇଁ ବାଟ ଫିଟାଇଥା’ନ୍ତି। କହିବା ବାହୁଲ୍ୟ, ହୃଦ୍‌ସ୍ବାସ୍ଥ୍ୟ ପାଇଁ ପାକସ୍ଥଳୀରେ ଥିବା ଅଣୁଜୀବମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଏହି କୃତ୍ରିମ ସ୍ବିଟ୍‌ନର୍‌ଗୁଡ଼ିକ ସଂପୃକ୍ତ ଅଣୁଜୀବମାନଙ୍କର ସନ୍ତୁଳନ ବିଗାଡ଼ି ଦେଇଥା’ନ୍ତି। ଫଳରେ ହୃଦ୍‌ଘାତ ଓ ମସ୍ତିଷ୍କଘାତର ଆଶଙ୍କା ବଢ଼ିଥାଏ।

    ତେଣୁ କୃତ୍ରିମ ସ୍ବିଟ୍‌ନର୍‌ ମାତ୍ରା କମାଇବା ପାଇଁ ତଥାକଥିତ ସୋଡ଼ା ଓ ନିମ୍ନ କ୍ୟାଲୋରିଯୁକ୍ତ ପାନୀୟ ବା ଶୁଷ୍କ ପ୍ୟାକେଜ୍‌ଡ ଖାଦ୍ୟ ଉପରୁ ନିର୍ଭରଶୀଳତା କମାଇ ସେଗୁଡ଼ିକୁ କାଁ ଭାଁ ବ୍ୟବହାର କଲେ ସ୍ବାସ୍ଥ୍ୟ ନିରାପଦ ରହିବ। ତେବେ ସବୁଠୁ ନିରାପଦ ହେବ ବିକଳ୍ପ-ଚିନି ଭାବେ ଷ୍ଟିଭିଆ ପରି ପ୍ରାକୃତିକ ସ୍ବିଟ୍‌ନର୍‌ର ବ୍ୟବହାର। ସେହିପରି ଘରେ ତଟକା ଫଳରସ ସହ ସାଧାରଣ ସୋଡ଼ାକୁ ମିଶାଇ ପାନୀୟ ମଧ୍ୟ ପ୍ରସ୍ତୁତ କରିବା ନିରାପଦ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    88 %
    1.4kmh
    23 %
    Fri
    25 °
    Sat
    32 °
    Sun
    31 °
    Mon
    31 °
    Tue
    30 °

    ସମ୍ବନ୍ଧିତ