Saturday, April 4, 2026
29 C
Odisha

    ପାକିସ୍ତାନୀ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା କେତେ ଶକ୍ତିଶାଳୀ?

    ଆଗକୁ ପଢନ୍ତୁ

    ସାଧାରଣତଃ ଆମେ ଆମେରିକୀୟ ଡଲାର ସହ ଭରତୀୟ ଟଙ୍କାର ମୂଲ୍ୟକୁ ତୁଳନା କରିଥାଉ । ଗୋଟିଏ ଡଲାର ମୂଲ୍ୟ ଭରତୀୟ ମୁଦ୍ରାରେ ୮୩.୫୪ ଟଙ୍କା ଟଙ୍କା ହୋଇଥାଏ । ଭାରତୀୟ ମୁଦ୍ରା ତୁଳନାରେ ଡଲାର ମଜଭୁତ ହୋଇଥିବା ବେଳେ ଭାରତୀୟ ମୁଦ୍ରା ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ କେତେ ଶକ୍ତିଶାଳୀ ଜାଣିଛନ୍ତି କି?ଆମେରିକାର ଗୋଟିଏ ଡଲାର ପାଇଁ ଭାରତୀୟ ମୁଦ୍ରା ୮୩.୫୪ ଟଙ୍କା ଦେବାକୁ ପଡୁଥିବା ବେଳେ ଗୋଟିଏ ଡଲାର ପାଇଁ ୨୭୮.୪୩ ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଭାରତୀୟ ମୁଦ୍ରା ୧ଟଙ୍କା ପାଇଁ ପାକିସ୍ତାନକୁ କେତେ ଟଙ୍କା ଦେବାକୁ ପଡିବ । ବା ପାକିସ୍ତାନ ମୁଦ୍ରା ତୁଳନାରେ ଭରତୀୟ ମୁଦ୍ରା କେତେ ଶକ୍ତିଶାଳୀ ।

    ଫରେକ୍ସ ମାର୍କେଟରେ ପ୍ରଚଳିତ ମୂଲ୍ୟ ଅନୁଯାୟୀ, ଗୋଟିଏ ଭାରତୀୟ ଟଙ୍କା ପାଇଁ ୩.୩୩ ପାକିସ୍ତାନୀ ଟଙ୍କା ଦେବାକୁ ପଡିବ । ଅର୍ଥାତ, ପାକିସ୍ତାନୀ ମୁଦ୍ରା ୩ଟଙ୍କା ୩୩ ପଇସା, ଭାରତୀୟ ମୁଦ୍ରା ୧ଟଙ୍କା ସହ ସମାନ । ଯଦି ଆମେ ଭଲଭାବେ ଭାରତୀୟ ମୁଦ୍ରା ଏବଂ ପାକିସ୍ତାନୀ ମୁଦ୍ରାକୁ ତୁଳନା କରିବା ତେବେ,

    ଭରତୀୟ ମୁଦ୍ରା                                                        ପାକିସ୍ତାନୀ ମୁଦ୍ରା
    ୧                                                                           ୩.୩୩
    ୧୦୦                                                                      ୩୩୩
    ୧୦୦୦                                                                 ୩,୩୩୨
    ୧୦,୦୦୦                                                            ୩୩,୩୨୬
    ୧,୦୦,୦୦୦                                                     ୩,୩୩,୨୫୬

    ଭାରତୀୟ ମୁଦ୍ରା ତୁଳନାରେ ପାକିସ୍ତାନୀ ମୁଦ୍ରାର ସ୍ଥିତି କମ୍ ରହିଛି । ତେଣୁ ଯଦି କୌଣସି ବ୍ୟକ୍ତି କେବେ ବି ୧୦୦ଟଙ୍କା ନେଇ ପାକିସ୍ତାନ ଯାଏ ତେବେ ସେଠାରେ ୩୩୩ଟଙ୍କାର ଜିନିଷ କିଣିପାରିବ । ସେହିପରି ଯଦି କୌଣସି ପାକିସ୍ତାନୀ ବ୍ୟକ୍ତି ଭାରତ ଆସି ୧୦୦ ଟଙ୍କାର ଜିନିଷ କିଣିବାକୁ ଚାହିଁବ ତେବେ ତାଙ୍କୁ ପାକିସ୍ତାନୀ ମୁଦ୍ରାରେ ୩୩୩ ଟଙ୍କା ଦେବାକୁ ପଡିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ