Saturday, October 10, 2026
29.2 C
Odisha

    ସୁଭଦ୍ରାଙ୍କ ରଥରେ ଚଢିଥିଲେ ୨ ଅନଧିକୃତ ସେବାୟତ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କାିଛନ୍ତି ନିଜେ ମୁଖ୍ୟ ପ୍ରଶାସକ। ସୂଚନାଯୋଗ୍ୟ, କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ