Monday, September 28, 2026
27.5 C
Odisha

    ମାଟ୍ରିକ ପରୀକ୍ଷା: ଇଂରାଜୀରେ କେମିତି ରଖିବେ ଭଲ ନମ୍ବର?

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାର୍ଚ୍ଚ ୪ରେ ଶେଷ ହେବ ପରୀକ୍ଷା । ମୋଟ ୨୯୯୧ ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ୨୩ ତାରିଖରେ ଇଂରାଜୀ ହେବ । ଓଡିଆ ସ୍କୁଲର ପିଲା ଇଂରାଜୀ ଭାଷାରେ ପରୀକ୍ଷା ଦେଉଥିବାରୁ ଏହାକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇଛନ୍ତି ଅଭିଜ୍ଞ ଶିକ୍ଷକ ।
    ପାଠକୁ ଭଲ ଭାବେ ରିଭିଜନ୍ କରନ୍ତୁ
    ସିଲାବସ୍ ଅନୁଯାୟୀ ରିଭିଜନ କରନ୍ତୁ
    ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
    ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
    ଅବଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖନ୍ତୁ
    ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖନ୍ତୁ
    ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଅନୁଯାୟୀ ଦିଅନ୍ତୁ
    ଉତ୍ତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ନ୍ତୁ
    ଭାଷା ପରୀକ୍ଷା ହୋଇଥିବାରୁ ବନାନ ନିର୍ଭୁଲ ଭାବେ ଲେଖନ୍ତୁ
    ସୁନ୍ଦର ଅକ୍ଷର ଲେଖିବା ଉପରେ ମଧ୍ୟ ନଜର ଦିଅନ୍ତୁ
    କୌଣସି ଭାଷାଜନିତ ବିଷୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟାକରଣ
    ବିଶେଷକରି ଭଲ ମାର୍କ ରଖିବା ପାଇଁ ବ୍ୟାକରଣ ଗୁଡ଼ିକୁ ସଠିକ୍ ଭାବେ ଲେଖନ୍ତୁ
    ଅନାବଶ୍ୟକ ନଲେଖି କମ୍ ଲେଖନ୍ତୁ, ସଠିକ୍ ଲେଖନ୍ତୁ
    ଭାଷାରେ ଦକ୍ଷତା ପାଇଁ ନୋବେଲ, ଖବରକାଗଜ, ଆର୍ଟିକଲ ପଢ଼ନ୍ତୁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ