Tuesday, September 17, 2024
24.3 C
Odisha

    ବର୍ଷାରେ ଏହି ଉପାୟରେ ନିଅନ୍ତୁ କେଶର ଯତ୍ନ

    ଆଗକୁ ପଢନ୍ତୁ

    ବର୍ଷା ଋତୁ ଆସିବା ସହିତ ଅନେକ ରୋଗ ଆଣିଥାଏ । ଏହି ଋତୁରେ, କେଶ ଝଡ଼ିବା ଏବଂ ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ହେବାକୁ ଆରମ୍ଭ କରିଥାଏ । ଖରାପ ପାଗ ଏବଂ ବଢୁଥିବା ବୟସ ଯୋଗୁ ଝାଳ ଶୁଖିବାକୁ ବହୁତ ସମୟ ଲାଗିଥାଏ । ଯେଉଁ କାରଣରୁ କେଶ ବହୁତ ଶୀଘ୍ର ଝଡିବାକୁ ଲାଗିଥାଏ । ତେବେ ଅନେକ ଥର ବର୍ଷାରେ ଓଦା ହେବା ଏବଂ ଉପଯୁକ୍ତ ଯତ୍ନ ନ ନେବା ମଧ୍ୟ କେଶ ଝଡ଼ିବା ସମସ୍ୟାକୁ ବଢାଇଥାଏ । ଏଭଳି ପରିସ୍ଥିତିରେ, ଋତୁ ଅନୁଯାୟୀ ଆପଣଙ୍କ କେଶର ଯତ୍ନ ନେବା ଉଚିତ । ବର୍ଷା ଋତୁରେ କେଶ ଝଡ଼ିବାକୁ ରୋକିବା ପାଇଁ, ନିୟମିତ ଭାବେ କେଶକୁ ତେଲ ଲଗାଇବା ଏବଂ ଏହାକୁ ସଫା ରଖିବା ଜରୁରୀ । ତାହେଲେ ଆସନ୍ତୁ ଜାଣିବା ବର୍ଷାରେ ଓଦା ହେବା ପରେ କେଶ ନଝଡିବା ପାଇଁ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ ।

    ବର୍ଷାରେ କେଶ ଝଡିବାକୁ କିପରି ରୋକାଯାଇପାରିବ ?
    ବର୍ଷାରେ କେଶ ଓଦା ହେଲେ ନିଶ୍ଚିତ ଭାବରେ ସାମ୍ପୁ କରନ୍ତୁ : ବର୍ଷା ପାଣିରେ ଅନେକ କେମିକାଲ ଏବଂ କାର୍ବନ ରହିଥାଏ ଯାହା କେଶକୁ କ୍ଷତି ପହଞ୍ଚାଇପାରେ । ତେଣୁ, କେବେ ଯଦି ଆପଣ ବର୍ଷାରେ ଓଦା ହେଉଛନ୍ତି, ତେବେ ତୁରନ୍ତ ସଫା ପାଣିରେ କେଶକୁ ସାମ୍ପୁ କରିବାକୁ ଭୁଲିବ ନାହିଁ ।

    ଉଷୁମ ପାଣି ବ୍ୟବହାର କରନ୍ତୁ : ଯଦି କେଶ ବର୍ଷା ପାଣିରେ ଓଦା ହେଉଛି, ତେବେ ଖାଲି ପାଣି ବଦଳରେ ଉଷୁମ ପାଣିରେ ସାମ୍ପୁ କରନ୍ତୁ । ଏପରି ଭାବେ ବର୍ଷା ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ । ଏହା ସହ କେଶ ଏବଂ ସ୍କିନ୍‌ ମଧ୍ୟ ଭଲ ରହିବ । ଏହାଦ୍ୱାରା ଥଣ୍ଡା ହେବାର ଆଶଙ୍କା ମଧ୍ୟ କମିଯାଏ ।

    ତ୍ୱଚାକୁ ଶୁଖିଲା ରଖନ୍ତୁ : ବର୍ଷାରେ ତ୍ୱଚା ଚିପ୍‌ଚିପା ହେବା ଯୋଗୁ କେଶ ଝଡ଼ିବା ସମସ୍ୟା ବଢିପାରେ । ବିଶେଷକରି ଧ୍ୟାନ ଦିଅନ୍ତୁ ଯେ ବର୍ଷା ଋତୁରେ ଆପଣଙ୍କ ସ୍କାଲ୍ ଶୁଖିଲା ରହିବ । ତେବେ ବର୍ଷ ଯୋଗୁ କେଶ ଝଡିବା ସହ ରୁପି ମଧ୍ୟ ହେବାର ଆଶଙ୍କା ବଢିଥାଏ । ତେଣୁ ସବୁବେଳେ କେଶକୁ ଶୁଖିଲା ରଖନ୍ତୁ ।

    କେଶରେ ତେଲ ଲଗାନ୍ତୁ : କିଛି ଲୋକ ଏହି ପାଗ ଏବଂ ଝାଳରୁ ରକ୍ଷା ପାଇବା ପାଇଁ କେଶରେ ତେଲ ବ୍ୟବହାର କରନ୍ତି ନାହିଁ । କିନ୍ତୁ ସାମ୍ପୁ କରିବା ପୂର୍ବରୁ ୧ ରୁ ୨ ଘଣ୍ଟା ପୂର୍ବରୁ କେଶକୁ ତେଲରେ ମାଲିସ୍ କରିବା ଜରୁରୀ । ଉଷୁମ ତେଲରେ କେଶକୁ ମାଲିସ କରିବା ଦ୍ୱାରା କେଶର ମୂଳ ମଜବୁତ ହେବା ସହ କେଶକୁ ଚମକ ମଧ୍ୟ ଦେଇଥାଏ ।

    ହେୟାର କଣ୍ଡିସନର ବ୍ୟବହାର କରନ୍ତୁ : ଏହି ଋତୁରେ, ଆପଣ ସାମ୍ପୁ ପରେ ହେୟାର କଣ୍ଡିସନର ବ୍ୟବହାର କରିବା ଜରୁରୀ । ଏପରି ଭାବେ କେଶ ନରମ ଏବଂ ରେଶମୀ ହୋଇଯିବ । ଏହାଦ୍ୱାରା କେଶ କମ୍ ଝଡିବାକୁ ଲାଗିଥାଏ । ଯଦି ଆପଣ ସପ୍ତାହରେ ଦୁଇଥର ସାମ୍ପୁ କରୁଛନ୍ତି, ତେବେ କଣ୍ଡିସନର ଲଗାନ୍ତୁ । ଯଦି ଆପଣ ବର୍ଷାରେ ଓଦା ହେଉଛନ୍ତି, ତାହେଲେ ଆପଣ ଏହି ସବୁ ଉପାୟ ଆପଣାନ୍ତୁ । ଯାହାଫଳରେ ଆପଣ କେଶ ଝଡିବା ସମସ୍ୟାରୁ ରକ୍ଷା ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    86 %
    2.2kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ