Saturday, March 21, 2026
19 C
Odisha

    ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ଧ୍ବଂସ ହୋଲା ୧୨ ମହଲା କୋଠା

    ଆଗକୁ ପଢନ୍ତୁ

    ବେରୁତ୍: ଲେବାନନର ରାଜଧାନୀ ବେରୁତର ଦକ୍ଷିଣାଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ ଏକ ବଡ଼ଧରଣର ଏୟାର ଷ୍ଟ୍ରାଇକ୍ କରିଛି। ରବିବାର ସକାଳେ ଇସ୍ରାଏଲ ସେନା ଲେବାନନ୍ ବିରୋଧରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏଥର ଏପର୍ଯ୍ୟନ୍ତ ସଂଘର୍ଷରେ ସମ୍ପୃକ୍ତ ନଥିବା ଅଞ୍ଚଳକୁ ଆକ୍ରମଣ କରିଛି। ଲେବନାନ୍ ନ୍ୟୁଜ୍ ଆଉଟଲେଟ୍ ଅଲ୍ ମାୟାଦିନ୍ ଅନୁଯାୟୀ, ଇସ୍ରାଏଲ୍ ସେନା ଏକାଧିକ ଏୟାରଷ୍ଟ୍ରାଇକ୍ କରି ସିଧାସଳଖ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଏହି ଆକ୍ରମଣରେ ହାଡଥ ଅଞ୍ଚଳରେ ଥିବା ଏକ ଚର୍ଚ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ଆକ୍ରମଣ ହାଡାଥର ସେଣ୍ଟ ଜର୍ଜ ହସ୍ପିଟାଲ ନିକଟରେ ଥିବା ଏକ ବେସାମରିକ କୋଠାକୁ ଧକ୍କା ଦେଇଥିଲା, ଯାହା ଚର୍ଚ୍ଚ ଅଫ୍ ଆଭର ଲେଡି ଅଫ୍ ଦି ଆସେପସନକୁ କ୍ଷତି ପହଞ୍ଚାଇଥିଲା।

    ଏହାବ୍ୟତୀତ ଇସ୍ରାଏଲର ଅନ୍ୟ ଏକ ଆକ୍ରମଣରେ ଦକ୍ଷିଣ ବେରୁତର ଚିୟା ଅଞ୍ଚଳରେ ଥିବା ଏକ ୧୨ ମହଲା ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା, ଯାହା ବିଲ୍ଡିଂକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା। ଇସ୍ରାଏଲର ଅନ୍ୟାନ୍ୟ ଏୟାର ଷ୍ଟ୍ରାଇକରେ ଅଲି ନସର ସେକେଣ୍ଡାରୀ ସ୍କୁଲ ଓ ବୁର୍ଜ ଅଲ-ହିଦୟା ସ୍କୁଲ ନିକଟ ବୁର୍ଜ ଅଲ-ବରାଜନେହ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣ ସତ୍ତ୍ୱେ ଇସ୍ରାଏଲ ସେନା ବେରୁତର ଦକ୍ଷିଣ ଉପାନ୍ତ ଅଞ୍ଚଳରେ ଥିବା କୋଠାଗୁଡ଼ିକ ଉପରେ ଅଧିକ ଆକ୍ରମଣ ଜାରି ରଖିଛି। ସେପ୍ଟେମ୍ବର ମାସରୁ ଲେବନାନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ପାଖାପାଖି ୩୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ