Monday, October 5, 2026
29.1 C
Odisha

    ଆମେ ହକି ଚାମ୍ପିଅନ୍‌: ଓଡ଼ିଶା ଖେଳାଳିଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ାମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରି ନୂଆ ଇତିହାସ ରଚିଛି। ଏହି ଐତିହାସିକ କ୍ଷଣକୁ ସମଗ୍ର ଓଡ଼ିଶାବାସୀ ଆଜି ଗର୍ବିତ ଓ ଗୌରବାନ୍ବିତ ହୋଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଫାଇନାଲ୍‌ରେ ଓଡ଼ିଶା ୫-୧ ଗୋଲ୍‌ରେ ହରିୟାଣାକୁ ହରାଇ ଏହି ସଫଳତା ହାସଲ କରିଛି। ଗତ ବର୍ଷ କ୍ବାର୍ଟର୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଏହି ମୁହୂର୍ତ୍ତକୁ ଶନିବାର ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ସ୍ମରଣୀୟ କରିଛି।  କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧିନାୟକ ଦୀପସାନ୍‌ ତିର୍କୀଙ୍କୁ ଆଭାସୀ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କହିଥିଲେ, ପ୍ରଥମଥର ପାଇଁ ଟିମ୍ ଓଡ଼ିଶା ହକି ଇଣ୍ଡିଆ ବରିଷ୍ଠ ପୁରୁଷ ଜାତୀୟ ଚମ୍ପିୟାନସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଆଜି ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଐତିହାସିକ ଦିନ। ଟିମ୍ ଓଡ଼ିଶାର ଏହି ବିଜୟ ଆଗାମୀ ଦିନରେ ରାଜ୍ୟର ଅନେକ ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇବ।

    କ୍ରୀଡ଼ାମନ୍ତ୍ରୀଙ୍କ ସହ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ବରିଷ୍ଠ ଅଧିକାରୀ, ଭାରତୀୟ ପୋଲିସ ସେବାର ଶିକ୍ଷାନବିସ, ହାଇ ପରଫରମାନ୍ସ ସେଣ୍ଟର ଓ କ୍ରୀଡ଼ା ଛାତ୍ରବାସର କ୍ରୀଡ଼ାବିତ୍‌ମାନେ ଆଭାସୀ ମାଧ୍ୟମରେ ଏହି ଫାଇନାଲ ମ୍ୟାଚ୍ ଦେଖିଥିଲେ। ଓଡ଼ିଶା ଦଳର ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା ଦଳର ଐତିହାସିକ ବିଜୟ ପାଇଁ ଖୁସିଜାହିର କରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳର ଏହି ବିଜୟଗାଥା ଜାରି ରହୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅଧିନାୟକ ଦୀପ୍‌ସାନ୍ ତିର୍କୀ ଦଳର ସଫଳତା ପାଇଁ ଖୁସି ଥିବା ବେଳେ ଅନେକ ଦିନରୁ ଜାରି ରହିଥିବା ପରିଶ୍ରମର ଫଳ ଆଜି ଦଳକୁ ମିଳିଛି ବୋଲି କହିଛନ୍ତି। ହକି ପ୍ରମୋସନ୍ କାଉନସିଲ୍‌ର ସିଇଓ ଦୀପଙ୍କର ମହାପାତ୍ର ମଧ୍ୟ କ୍ରୀଡ଼ାବିତ୍ ମାନଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ୍‌ରେ ଓଡ଼ିଶା ୫-୧ ଗୋଲ୍‌ରେ ହରିୟାଣାକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଶିଲାନନ୍ଦ ଲାକ୍ରା ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।

    ଓଡ଼ିଶା ଗୋଲ୍ ସ୍କୋରର୍ (୩୮)
    ୬: ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ। ୫-ଶିଳାନନ୍ଦ ଲାକ୍ରା। ୪-ଅଜୟ କୁମାର ଏକ୍କା, କିରୋବିନ ଲାକ୍ରା, ପ୍ରତାପ ଲାକ୍ରା। ୩-ନୀଲମ ସଂଜୀପ ଖେସ୍‌, ରଜତ ଆକାଶ ତିର୍କି। ୧-ପ୍ରସାଦ କୁଜୁର, ମାଟିୟାସ ଡାଙ୍ଗ, ମଙ୍ଗଲ ଲୋହାର। ସ୍ବର୍ଣ୍ଣ ବିଜୟୀ ଓଡ଼ିଶା ଦଳ: ସାହିଲ କୁମାର ନାୟକ (ଗୋଲରକ୍ଷକ), ଅମିତ କୁମାର ଟୋପ୍ପୋ, ସୁନିତ ଲାକ୍ରା, ଅମନଦୀପ ଲାକ୍ରା, ପ୍ରସାଦ କୁଜୁର, ମାଟିୟାସ ଡାଙ୍ଗ, ସୁମିତ କିଣ୍ଡୋ, ଶିଳାନନ୍ଦ ଲାକ୍ରା, ନୀଲମ ସଂଜୀପ ଖେସ୍‌, ଦୀପସାନ୍ ତିର୍କି (ଅଧିନାୟକ), ଅଜୟ କୁମାର ଏକ୍କା, ରଜତ ଆକାଶ ତିର୍କି, ମଙ୍ଗଲ ଲୋହାର, ସୁଦୀପ ଚିର୍ମାକୋ, କେରୋବିନ୍ ଲାକ୍ରା, ଦିଲୀପ କୁମାର ସ’ (ଗୋଲରକ୍ଷକ)। ପ୍ରଶିକ୍ଷକ: ବିଜୟ କୁମାର ଲାକ୍ରା, ପ୍ରବଂଧକ: ପିଟର୍ ସୋରେଙ୍ଗ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ