Saturday, April 11, 2026
30.4 C
Odisha

    ରାଜ୍ୟସଭାରେ ଧନଖଡ଼-ଖଡ଼ଗେ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୁହାଁମୁହିଁ ହୋଇଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦିଆଯାଇଥିବା ନୋଟିସ ପସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଛି। ଧନଖଡ଼ କହିଥିଲେ ଯେ ସେ ଜଣେ କୃଷକଙ୍କ ପୁଅ। ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବରେ ସେ ଦବିଯିବେ ନାହିଁ। ବିରୋଧୀ ଦଳ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିବା ଅଧିକାର ରହିଛି। କିନ୍ତୁ ସେମାନେ ସମ୍ବିଧାନକୁ ଅପମାନିତ କରୁଛନ୍ତି ବୋଲି ଧନଖଡ଼ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେବା ପରେ ବିଜେପି ଏହାକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ଖଡ଼ଗେ କହିଛନ୍ତି ଆପଣ ଅନ୍ୟ ଦଳର ସଦସ୍ୟମାନଙ୍କ ବିରୋଧରେ କହିବା ପାଇଁ ବିଜେପି ସଦସ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣଙ୍କ ଅପେକ୍ଷା ମୁଁ ଅଧିକ ଆହ୍ବାନର ସମ୍ମୁଖୀନ ହୋଇଛି। ଆପଣ ଆମ ଦଳର ନେତାମାନଙ୍କୁ ଏବଂ କଂଗ୍ରେସ ଦଳକୁ ଅପମାନିତ କରୁଛନ୍ତି।

    ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଝୁନଝୁନରେ ଏକ କୃଷକ ପରିବାରରେ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ଜନ୍ମ ହୋଇଥିବାବେଳେ ବିରୋଧୀ ଦଳ ନେତା ଖଡ଼ଗେଙ୍କ ବାପା ଏକ ମିଲ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଦାରିଦ୍ର୍ୟ ମଧ୍ୟରେ ବଢ଼ିଥିବା ଶ୍ରୀ ଖଡ଼ଗେ ଗତ ୨୪ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଅଣଗାନ୍ଧୀ ପରିବାରର ସଦସ୍ୟଭାବେ କଂଗ୍ରେସ ଦଳର ସଭାପତି ହୋଇଛନ୍ତି। ବିରୋଧୀ ଦଳ କୃଷକ ବିରୋଧୀ ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ। ଏଥିରେ ବିରୋଧୀ ଦଳ ସାଂସଦମାନେ ଉତ୍‌କ୍ଷିପ୍ତ ହୋଇଥିଲେ। ଖଡ଼କେ କହିଥିଲେ ଅଧ୍ୟକ୍ଷଙ୍କ ପ୍ରଶଂସା ଶୁଣିବା ପାଇଁ ବିରୋଧୀ ଦଳ ଗୃହକୁ ଆସିନାହାନ୍ତି। ପାଟିତୁଣ୍ଡ ଜାରି ରହିବା ପରେ ରାଜ୍ୟସଭାକୁ ଆସନ୍ତା ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ରାଜ୍ୟସଭାରେ ସୋମବାର ଏବଂ ମଙ୍ଗଳବାର ସମ୍ବିଧାନ ଉପରେ ବିତର୍କ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ