Sunday, October 18, 2026
29.7 C
Odisha

    ଅମ୍ବାନି ପରିବାର ବିଶ୍ବର ଅଷ୍ଟମ ବିତ୍ତଶାଳୀ: ୨୩ତମ ସ୍ଥାନରେ ମିସ୍ତ୍ରୀ ପରିବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୱାଲ୍‌ମାର୍ଟର ପ୍ରତିଷ୍ଠାତା ୱାଲ୍‌ମାର୍ଟ ୱାଲଟନ୍‌ଙ୍କ ପରିବାର ହେଉଛି ବିଶ୍ବର ସବୁଠୁ ବଡ଼ ଧନୀ ପରିବାର। ସେମାନଙ୍କ ପାଖରେ ୪୩୨.୪ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ୱାଲ୍‌ଟନ୍ ପରିବାରର ସମ୍ପତ୍ତି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିଠାରୁ ବି ଅଧିକ ବୋଲି ବ୍ଲୁମ୍‌ବର୍ଗ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ତାଲିକାରେ ଭାରତରୁ ମୁକେଶ ଅମ୍ବାନିଙ୍କ ପରିବାର ଓ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ମିସ୍ତ୍ରୀ ପରିବାର ନାମ ରହିଛି। ମୁକେଶ ଅମ୍ବାନିଙ୍କ ପରିବାର ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୯୯.୬ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ଚଳିତ ବର୍ଷ ଅମ୍ବାନି ପରିବାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛି। ସେହିପରି, ୪୧.୪ ବିଲିଅନ୍ ଡଲାର ସମ୍ପତ୍ତି ସହ ମିସ୍ତ୍ରୀ ପରିବାର ୨୩ତମ ସ୍ଥାନରେ ରହିଛି।
    ବିଶ୍ବର ଦ୍ବିତୀୟ ବଡ଼ ଧନୀ ପରିବାର ହେଉଛି ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ର ଅଲ୍‌ ନାହ୍ୟାନ୍ ପରିବାର। ସେମାନଙ୍କ ପାଖରେ ୩୨୩.୯ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ଆବୁଧାବିର ଶାସକ ଓ ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ହେଉଛନ୍ତି ପରିବାରର ମୁଖ୍ୟ। ତାଲିକାର ତୃତୀୟ ସ୍ଥାନରେ ରହିଛି କତର୍‌ର ଅଲ୍‌ ଥାନି ପରିବାର। ସେମାନଙ୍କ ସମ୍ପତ୍ତି ୧୭୨.୯ ବିଲିଅନ୍ ଡଲାର ରହିଛି। ଆଠ ପିଢ଼ି ଧରି ଆଧିପତ୍ୟ ବିସ୍ତାର କରିଥିବା ଏହି ପରିବାରର ସଦସ୍ୟମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦପଦବୀରେ ରହିଛନ୍ତି। ସେମାନଙ୍କ ପାଖରେ ହୋଟେଲ୍‌ଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ସମ୍ପତ୍ତି ରହିଛି। ଫ୍ରାନ୍ସର ହର୍ମିସ୍‌ ପରିବାର ତାଲିକାର ଚତୁର୍ଥ ଏବଂ ଆମେରିକାର କୋଚ୍ ପରିବାର ପଞ୍ଚମ ସ୍ଥାନରେ ରହିଛି। ହର୍ମିସ୍‌ ପରିବାରର ସମ୍ପତ୍ତି ୧୭୦.୬ ବିଲିଅନ ଡଲାର ହୋଇଥିବା ବେଳେ କୋଚ୍ ପରିବାର ସମ୍ପତ୍ତି ୧୪୮.୫ ବିଲିଅନ୍ ଡଲାର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ