Monday, October 5, 2026
24.7 C
Odisha

    କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ସମ୍ବଲପୁର: ବଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା। ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ ମଧ୍ୟ ରାଜ୍ୟ ସରକାର ବଢାଇଛନ୍ତି । ଏହାକୁ ୨ ଗୁଣା ବୃଦ୍ଧି କରାଯାଇଛି । ସମ୍ବଲପୁର ଜିଲ୍ଲା ଚାରମାଲଠାରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଏହା ଘୋଷଣା କରିଛନ୍ତି ୫ଟି ଅଧ୍ୟକ୍ଷ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାସମାବେଶରେ ସାମିଲ ହୋଇଛନ୍ତି। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ମଧ୍ୟ ଯୋଗ ଦେଇଛନ୍ତି। ସବୁଜ ହୀରା କେନ୍ଦୁପତ୍ର ରାଜ୍ୟର ୧୫ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ରୋଜଗାର ଯୋଗାଉଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮ଟିକୁ ଛାଡିଦେଲେ ୨୨ଟି ଜିଲ୍ଲାର ବହୁ ସଂଖ୍ୟକ ଗରିବ ପରିବାର କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି ।
    ଅନ୍ୟପଟେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ନବୀନ ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରିମକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ପଶ୍ଚିମ ଓଡ଼ିଶାକୁ ନବୀନ ସରକାର ସବୁବେଳେ ଅଣଦେଖା କରୁଛନ୍ତି। ନିର୍ବାଚନ ଆସିଲେ ସରକାରଙ୍କ କେନ୍ଦୁପତ୍ର ତୋଳାଳିଙ୍କ କଥା ମନେପଡ଼େ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ